ବିଶେଷ

ଧନବୃଦ୍ଧି ପାଇଁ ଉତ୍ତର ଦିଗ ସମ୍ପର୍କିତ ବାସ୍ତୁ ଟିପ୍ସ

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ଦିଗର ଭିନ୍ନ ମହତ୍ତ୍ବ ଓ ଗୁରୁତ୍ବ ଅଛି। ଏହି ଧାରାରେ ଧନର ଦେବତା କୁବେରଙ୍କୁ ଉତ୍ତର ଦିଗର ସ୍ବାମୀ ବୋଲି କୁହଯାଏ। ତେଣୁ ଉତ୍ତର ଦିଗ ହେଉଛି ଧନଦାୟକ। ଧନଲାଭ ପାଇଁ ଘରର ଉତ୍ତର ଦିଗ ସମ୍ପର୍କିତ କିଛି ବାସ୍ତୁ ନିୟମକୁ ମାନିବା ଉଚିତ। ଯଥା –* ଘରର ଉତ୍ତର ଦିଗ କାନ୍ଥରେ ସବୁେବଳେ ହାଲୁକା ନୀଳ ରଙ୍ଗ ବ୍ୟବହାର କରିବା ଉଚିତ।* ଉତ୍ତର ଦିଗରେ ଆଇନା ଲଗାଇବା ଶୁଭ ଅଟେ।* ଉତ୍ତର ଦିଗର କୌଣସି କୋଣ ଭଙ୍ଗା ବା କଟା ହୋଇଥିବା ଉଚିତ ନୁହେଁ। କାନ୍ଥରେ ଫାଟ ପଡ଼ିବା ମଧ୍ୟ ଉଚିତ ନୁହେଁ।* ବାସ୍ତୁ ଅନୁଯାୟୀ, ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଲାଭଦାୟକ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସହିତ ସୁଖସମୃଦ୍ଧି ଆସିଥାଏ। ତୁଳସୀ ପୂଜନ ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ।* ଆଲମାରୀ ବା ଟଙ୍କାପଇସା ରଖୁଥିବା ବକ୍ସକୁ ଦକ୍ଷିଣ କାନ୍ଥ ପାଖରେ ରଖୀବା ଦରକାର, ଯେପରିକି ଏହାର ମୁହଁ ଉତ୍ତର ଦିଗ ଆଡ଼କୁ ଖୋଲୁଥିବ। ଏଭଳି କରିବା ଦ୍ବାରା ଘରେ କେେବ ମଧ୍ୟ ଅର୍ଥର ଅଭାବ ରୁହେ ନାହିଁ।* ଧନବୃଦ୍ଧି ପାଇଁ ଘରର ଉତ୍ତର ଦିଗରେ ଧାତୁ ନିର୍ମିତ କଇଁଛ ରଖୀବା ଶୁଭ ବୋଲି କୁହାଯାଏ। ଧ୍ୟାନ ରଖନ୍ତୁ କଇଁଛର ମୁହଁ ଘର ଭିତରକୁ ରହିବା ଉଚିତ।

Leave a Reply

Your email address will not be published. Required fields are marked *