ଅପରାଧ

ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ, ସବ୍-ଇନିସପେକ୍ଟରଙ୍କୁ ଆକ୍ରମଣ, ୪ କନଷ୍ଟେବଳ ଆହତ

ଭୁବନେଶ୍ବର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କ ଉନ୍ମତ୍ତ କାଣ୍ଡ । ଥାନା ଭିତରେ ପଶି ହଙ୍ଗାମା କରିଛନ୍ତି ମେଜର ଓ ତାଙ୍କ ବାନ୍ଧବୀ । ଭରତପୁର ରାସ୍ତାରେ ଉଭୟଙ୍କୁ କେହି ଅସମ୍ମାନୀତ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ । ଥାନାରେ କର୍ତ୍ତବ୍ଯରେ ଥିବା ମହିଳା ଏସ.ଆଇ ଘଟଣା ସମ୍ପର୍କରେ ଲିଖିତ ଆକାରରେ ଦେବାକୁ କହିବାରୁ ହଠାତ ଉତକ୍ଷିପ୍ତ ହୋଇ ମେଜରଙ୍କ ବାନ୍ଧବୀ ମହିଳା ଏସ.ଆଇଙ୍କୁ ଆକ୍ରମଣ କରିଥିଲେ । ଏମିତିକି ମେଜରଙ୍କ ବାନ୍ଧବୀ ମହିଳା ଏସ.ଆଇଙ୍କୁ କାମୁଡି ପକାଇଥିଲେ ।ମେଜର ଓ ତାଙ୍କ ବାନ୍ଧବୀଙ୍କ ଆକ୍ରମଣରେ ଅନ୍ୟ ଦୁଇ ଜଣ ମହିଳା କନଷ୍ଟେବଳଙ୍କ ସମେତ ଦୁଇଜଣ ପୁରୁଷ କନଷ୍ଟେବଳ ମଧ୍ଯ ଆହତ ହୋଇଥିଲେ । ମେଜର ଗୁରବନ୍ତ ସିଂ କଲିକତା ୨୨ ଶିଖ ରେଜିମେଣ୍ଟରେ କାର୍ଯ୍ଯ କରୁଛନ୍ତି । ଗୁରବନ୍ତଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ଭରତପୁର ଅଞ୍ଚଳରେ ଏକ ଘର କରି ରହୁଛନ୍ତି । ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିଲେ । ତାଙ୍କ କାରରେ ମଦ ବୋତଲ ରହିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *