ମହାନଗର

ନେତାଜୀ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଙ୍ଗ ର ୧୧ତମ ବାର୍ଷିକ ଉତ୍ସବ ପାଳିତ


ଭୁବନେଶ୍ବରର, : ଜାଭିୟର ଛକ ନିକଟରେ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ଠାରେ ନେତାଜୀ ସ୍କୁଲ ଆଣ୍ଡ କଲେଜ ଅଫ ନର୍ସିଙ୍ଗ ର ୧୧ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି! ଏଥିରେ ଉଦ୍ଘାଟକ ଭାବରେ ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର ପୂର୍ବତନ ନିର୍ଦ୍ଦେଶକ( ଏ ଆଇଆଇଏମ୍ଏସ) ନୂଆ ଦିଲ୍ଲୀ ଓ ଭୁବନେଶ୍ବରର ତଥା ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ବକ୍ତବ୍ୟ ମାଧ୍ୟମରେ ଶିକ୍ଷାର ଗୁଣାତ୍ମକ ମାନ ଉପରେ ଗୁରୁତ୍ବ ଆରୋପ କରିଥିଲେ! ମୁଖ୍ୟ ବକ୍ତା ,ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ନର୍ସିଙ୍ଗ ଛାତ୍ର ଓ ଛାତ୍ରୀ ମାନଙ୍କୁ କୋଭିଡ ସମୟ ର ପରିଚାଳନା କୁ ଭ୍ରୁୟସିଂ ପ୍ରଶଂସା କରିଥିଲ ! ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ପରମ ବିଶିଷ୍ଟ ସେବା ମେଡାଲ ଅଧିକାରୀ ଲେଫ୍ଟାନଣ୍ଡ ଜେନେରାଲ ନାରାୟଣ ମହାନ୍ତି ନର୍ସିଙ୍ଗ ଶିକ୍ଷାର୍ଥୀ ମାନଙ୍କୁ ସେବା ଓ ତ୍ୟାଗରେ ଅନୁପ୍ରାଣିତ ହେବାପାଇଁ ଉଦବୋଧନ ଦେଇଥିଲେ! ସମ୍ମାନିତ ଅତିଥି, ଓଡ଼ିଶାର ପୂର୍ବତନ ମହିଳା କମିଶନ ର ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର
ପିଲାମାନଙ୍କୁ ଫ୍ଲୋରେନ୍ସ ନାଇଟ୍ ଆଙ୍ଗେଲ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ! ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଚୂଡାମଣି ଏହି ନର୍ସିଙ୍ଗ ଶିକ୍ଷା ନାରୀମାନଙ୍କୁ ସଶକ୍ତିକରଣ କରିବାରେ ଦୃଢ଼ ଭାବରେ ଵାରେ ସହାୟତା ହେବବୋଲି ଅଶାପ୍ରକଟ କରିଥିଲେ!
ପ୍ରାରମ୍ଭରେ ଅଧ୍ୟକ୍ଷା ବାର୍ଷିକ ବିବରଣୀ ପାଠ କରିଥିଲେ, ଅନୁଷ୍ଠାନ ର ପ୍ରତିଷ୍ଠାତା ବିଜନ ଜେନା ଧନ୍ୟବାଦ ଅର୍ପଣ କରିବା ସହିତ ଅନୁଷ୍ଠାନର ମୂଖ୍ୟ ଶିକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମୀତା ଜେନା, ଶ୍ରୀମତୀ ମୁନସିନୀ ସାହୁ ନିଜନିଜର ବକ୍ତବ୍ୟ ପ୍ରତିପାଦନ ରଖି ଥିଲେ!
ଏହି ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୈଧୁରୀ ପୈାରହିତ କରିଥିବାବେଳେ! ଏହାପରେ କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ଶେଷରେ ବିଶିଷ୍ଟ ସମାଜ ସେବୀ ପ୍ରମୋଦ କିଶୋର ପରିଡ଼ାଙ୍କୁ ସମ୍ମାନିତ କରାଯାଇଥିଲା ! ଅନୁଷ୍ଠାନର ସମସ୍ତ ଶଖାରୁ ସାତଶହ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ !

Leave a Reply

Your email address will not be published. Required fields are marked *