ରାଜନୀତି

ଜନ୍ମଦିନ ପାଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : କଂଗ୍ରେସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଗସ୍ତ ପୂର୍ବରୁ ରାଜ୍ୟ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ | କଂଗ୍ରେସ ନେତା ବିଶ୍ୱରଂଜନ ମହାନ୍ତି କହିଛନ୍ତି ଯେ ଜନ୍ମଦିନ ପାଳନ କରିବାକୁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ | ସେହିପରି ସୁଭଦ୍ରା ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ କଂଗ୍ରେସ | ସେ କହିଛନ୍ତି ଯେ ୫୦ ହଜାର ରାଶିକୁ ନେଇ ବାରମ୍ବାର କଥା ବଦଳାଇ ଚାଲିଛି ବିଜେପି |ସମସ୍ତ ମହିଳାଙ୍କୁ ଯୋଡିଲେ ନାହିଁ କାହିଁକି

ମାସକୁ ୮୩୩ ଟଙ୍କା ରେ ମହିଳା କିଭଳି ହେବ ସ୍ବାବଲମ୍ବୀ ହେବେ ? ରାଜ୍ୟର କେତେ ମହିଳା ଏହି ଯୋଜନାରେ ସୁବିଧା ପାଇବେ ଶ୍ଵେତପତ୍ର ଜାରି କରନ୍ତୁ ? ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ପ୍ରଚାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ବିଜେପି | ବିଜେପି ହେଉଛି ପୁଞ୍ଜିପତିଙ୍କ ସରକାର | କଂଗ୍ରେସ ପଚାରିଛି ଯେ ଆଦାନୀ ଗ୍ରୁପକୁ କାହିଁକି ଦିଆଗଲା ଗୋପାଳପୁର ବନ୍ଦର? ଏହା ମୋହନ ସରକାର ନୁହଁ , ମୋଦାନୀ ସରକାର | ମୋଦାନୀ ସରକାର ବିରୋଧରେ ଲଢେଇ କରିବ କଂଗ୍ରେସ | ରାଜ୍ୟର ସ୍ବାର୍ଥ ପାଇଁ କଂଗ୍ରେସ ଲଢିବ ବୋଲି କଂଗ୍ରେସ ନେତା କହିଛନ୍ତି |

 ସେହିପରି ବିଶ୍ବରଞ୍ଜନ କହିଛନ୍ତି ଯେ ବିଜେପି ନିର୍ବାଚନୀ ଇସ୍ତାହାରରେ କହିଥିଲେ ସରକାରକୁ ଆସିଲେ ଚିଟଫଣ୍ଡ ଟଙ୍କା ପାଇବେ କ୍ଷତିଗ୍ରସ୍ତ ପରିବାର | କୁଆଡେ ଗଲା ସରକାରଙ୍କ ପ୍ରତିଶ୍ରୁତି? ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାରେ ଏତଲା ଦାୟର ହୋଇପାରିଲା ନାହିଁ , ଓଡ଼ିଆ ଅସ୍ମିତା କୁଆଡେ ଗଲା? ତଦନ୍ତ ରିପୋର୍ଟ କୁଆଡେ ଗଲା, ପ୍ରଧାନମନ୍ତ୍ରୀ ଏହାର ଜବାବ ଦିଅନ୍ତୁ |

ସେହିପରି କଂଗ୍ରେସ ଷ୍ଟିଅରିଂ କମିଟି ସଦସ୍ୟ ସସ୍ମିତା ବେହେରା କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ମହିଳାଙ୍କ ଉପରେ ଅପରାଧ ବଢିଚାଲିଛି | ଢେଙ୍କାନାଳ ଗଣ ଦୁଷ୍କର୍ମ ସମଗ୍ର ଓଡିଶାବାସୀଙ୍କୁ ଲଜ୍ଜା ଦେଇଛି | ଓଡିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧ ଉତ୍ତରପ୍ରଦେଶ ଭଳି ହେଲାଣି | ଦେଶରେ ମହିଳା ସୁରକ୍ଷା ଏକ ବଡ ପ୍ରଶ୍ନ | ମହିଳା ସୁରକ୍ଷା ଦିଗରେ ଆପଣ କରିଛନ୍ତି କଣ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସସ୍ମିତା ବେହେରା |

?

Leave a Reply

Your email address will not be published. Required fields are marked *