ଦେଶ- ବିଦେଶ

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର ୧୮)ରେ କେନ୍ଦ୍ର କ୍ୟାବିନେଟ ଗୋଟିଏ ଦେଶ, ଗୋଟିଏ ନିର୍ବାଚନରେ ଉପସ୍ଥାପିତ ହୋଇଥିବା ରିପୋର୍ଟକୁ ଅନୁମୋଦନ କରିଛି। ସୂଚନାନୁସାରେ, ସଂସଦର ଆଗାମୀ ଶୀତ ଅଧିବେଶନରେ ୱାନ ନେସନ-ୱାନ ଇଲେକଶନ ବିଲ ଉପସ୍ଥାପିତ ହେବ।ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚରେ ଲୋକ ସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସମ୍ମୁଖରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ମୋଦି ୩.୦ ର ୧୦୦ଦିନିଆ କାର୍ଯ୍ୟସୂଚୀରେ ୱାନ ନେସନ-ୱାନ ଇଲେକଶନର ରିପୋର୍ଟକୁ କ୍ୟାବିନେଟ ଆଗରେ ସ୍ଥାନିତ କରାଯାଇଛି।କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଜେ ସେପ୍ଟେମ୍ବର ୧୭ରେ କହିଥିଲେ ଯେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ବର୍ତ୍ତମାନର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କାର୍ଯ୍ୟକାରୀ କରିବେ। ଏହାପୂର୍ବରୁ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ଦୃଢ ସମର୍ଥନ କରିଥିଲେ।ରେଡ ଫୋର୍ଟର ରାମ୍ପର୍ଟରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବାରମ୍ବାର ନିର୍ବାଚନ ହେତୁ ଦେଶର ପ୍ରଗତିରେ ବାଧା ସୃଷ୍ଟି ହେଉଛି। ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ ଦେଶକୁ ଆଗକୁ ଆସିବାକୁ ପଡ଼ିବ। ସୂଚନାଯୋଗ୍ୟ , ଭାଜପା ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାରରେ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପ୍ରସଙ୍ଗକୁ ସ୍ଥାନ ଦେଇଛି।କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ପାଇବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ୱାନ ନେସନ-ୱାନ ଇଲେକଶନରେ ପ୍ରତିକ୍ରିୟା ରଖିଥିବା ବେଳେ ସେ କହିଛନ୍ତି ଯେ ଏହା ବ୍ୟବହାରିକ ନୁହେଁ ଏବଂ ଏହା କାମ କରିବ ନାହିଁ। ସାମ୍ପ୍ରତିକ ପ୍ରସଙ୍ଗରୁ ଧ୍ୟାନକୁ ଦୂରେଇ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *