ରାଜ୍ୟ

ବିଞ୍ଝାରପୁର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଚାଷ ଜମିକୁକେନାଲ ଜଳ ଯାଉନଥିବା ଦାବିରେ ଚାଷୀଙ୍କ ପକ୍ଷରୁ ଧାରଣା

ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକର ପ୍ରାୟଦଶରୁ ବାର ପଞ୍ଚାୟତକୁ କେନାଲସଂଯୋଗ ହୋଇଥିବାରୁ ଚାଷୀ ମାନେ3 ଖରିଫ ଋତୁରେ ଚାଷୀମାନେ ଚାଷ କାର୍ଯ୍ୟପାଇଁ କେନାଲ ପାଣି ଉପରେ ନିର୍ଭରକରନ୍ତି।କିନ୍ତୁ କିଛି ବର୍ଷ ହେବ କେନାଲରପାଣି ଚାଷୀର ଶେଷ ମୁଣ୍ଡ ପର୍ଯ୍ୟନ୍ତଆସି ପାରୁ ନାହିଁ । ବହୁସ୍ଥାନରେପ୍ରଭାବଶାଳୀ ଲୋକେ କେନାଲ ବନ୍ଧକୁସ୍ଥାୟୀ ଭାବେ ଜବର ଦଖଲ କରିଅବରୋଧ କରିଥିବାରୁ ଚାଷ ଜମିକୁକେନାଲ ଦ୍ବାରା ପାଣିଅସୁପାରୁ ନାହିଁ ।କେନାଲ ମରାମତିନାମରେ କେତେକ ଦୁର୍ନୀତିଗ୍ରସ୍ତ ହାତଗଣତି ଠିକାଦାର କେବଳ କେନାଳକୁଚାଞ୍ଚି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତକରୁଛନ୍ତି ।କିନ୍ତୁ କେନାଲ ମରାମତିହେଉନାହିଁ କି ସଫା ହେଉନାହିଁ।ଫଳରେ ଜଳ ପ୍ରବାହିତ ହେବାରେ ବାଧା ସୃଷ୍ଟିହେଉଛି। ଉପର ମୁଣ୍ଡର ଚାଷୀ ମାନେକେନାଲରେ ଗାତ କରି ପାଇପ ପକାଇପାଣି ବୋହି ନେଉଥ‌ିବାରୁ ପାଣିର ମଧ୍ୟ2 ସଙ୍କଟ ଦେଖାଦେଉଛି ।ତଳ ଜମିକୁ ପାଣିଆସିପାରୁନାହିଁ। କିନ୍ତୁ ଚାଷ କାର୍ଯ୍ୟ ପାଇଁକେନାଲ ପାଣି ଉପରେ ଭରସା କରିଥିବାଅରେଇ, ଇଞ୍ଜନପୁର, ଗୁହାଳି,। ବାଙ୍କୀପାଳ, ମଇଁଦା, ସାଂସଦା,ଇ ପଦାସାହି, ସୟଦପୁର, କଏଣା। ରଘୁନାଥପୁର, ଶାସନ ପଡା,ଚିକଣା ଆଦି1,ଗ୍ରାମର ହଜାର ହଜାର ଚାଷୀ ବେଉଷଣ– ନକରି ପାରି ମୁଣ୍ଡରେ ହାତ ଦେଇବସିଛନ୍ତି। ପ୍ରତିବର୍ଷ କେବଳ ସରକାରକୁଜଳକର ଦେବା ବୃଥା ଯାଉଛି ।ଏଣୁ ଏହାପ୍ରତିବାଦରେ ଆଜି ପୂର୍ବାହ୍ନରେ ଓଡିଶାକୃଷକ ବିକାଶ ମଞ୍ଚ, ବିଞ୍ଝାରପୁର ଶାଖାପକ୍ଷରୁ ଶତାଧ୍ଵକ ଚାଷୀ ବିଞ୍ଝାରପୁରଜଳସେଚନ ବିଭଗର ଉପଖଣ୍ଡକାର୍ଯ୍ୟାଳୟରେ ଧାରଣାରେ ବସିଥିଲେ ।ବିଞ୍ଝାରପୁର ଜଳସେଚନ ବିଭାଗରସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତଅନ୍ତର୍ଯ୍ୟାମୀ ମହାନ୍ତି,ବିଞ୍ଝାରପୁର ସେକ୍ସନରକନିଷ୍ଠ ଯନ୍ତ୍ରୀ ବିପିନ କୁମାରସେଠୀ,ସିଂହପୁର ସେକ୍ସନର କନିଷ୍ଠ ଯନ୍ତ୍ରୀ ବିମଳଚନ୍ଦ୍ର ବେହେରା ଧାରଣା ସ୍ଥଳକୁ ଆସିଚାଷୀଙ୍କ ଦାବିପତ୍ର ଗ୍ରହଣ କରିବା ସହିତଚାଷୀଙ୍କ ଏହି ମୌଳିକ ସମସ୍ୟାପୂରଣନିମନ୍ତେ ସମାଧାନର ବାଟ ଫିଟିବାକୁଦୀର୍ଘ ଏକ ଘଣ୍ଟା କାଳ ଚାଷୀପ୍ରତି ନିଶ୍‌ଙ୍କ ସହିତ ସକାରାତ୍ମକଆଲୋଚନା କରିଥ୍ଲେ ।ଚଳିତଖରିଫ ଋତୁରେ ବିଞ୍ଝାରପୁର ଅଞ୍ଚଳରେବର୍ଷା ମାତ୍ରା କମ ଥିବାରୁ କେନାଲପାଣିର ଜରୁରୀ ଆବଶ୍ୟକ ଥିବାରୁଚାଷୀଙ୍କ ଜମିକୁ ପାଣି ଯେପରି ଆସନ୍ତାସାତରୁ ପନ୍ଦର ଦିନ ଭିତରେ ପହଞ୍ଚିପାରିବ, ସେଥ୍ ନିମନ୍ତେ ଯୁଦ୍ଧକାଳୀନଭିଭିରେ କେନା ଲ ସଫେଇ,ମରାମତି, ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରିବାକୁ ଚାଷୀ ସଙ୍ଗଠନକୁଲିଖତ ପ୍ରତିଶୃତି ଦେଇଥିଲେ ଫଳରେକୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥ‌ିବା ଧାରଣା ପ୍ରତ୍ୟାହୃତ ହୋଇଥିଲା,ଏହିଧାରଣାରେ ବିଞ୍ଝାରପୁର ଶାଖା ଓଡିଶାକୃଷକ ବିକାଶ ମଞ୍ଚର ସଭାପତି ଶ୍ରୀସନାତନ ସାହୁ,ଜିଲ୍ଲାସାଧାରଣସମ୍ପାଦକଶ୍ରୀରବୀନ୍ଦ୍ରକୁମାରଜେନା,ରବୀନ୍ଦ୍ର କୁମାର ଧଳ, ଗୋବିନ୍ଦ ପରିଡା,ସୂର୍ଯ୍ୟନାରାୟଣ ଦାଶ, ଭୁବନାନନ୍ଦ ସାମଲ, ସୀମାନ୍ତ କୁମାର ପାତ୍ର,ଯଦୁମଣି ଧଳ, ବିଜୟ କୁମାର ଧଳ,କୃଷ୍ଣ ଚନ୍ଦ୍ର ପଣ୍ଡା, ରଞ୍ଜିତ ବେହେରା,ଧନେଶ୍ଵର ସାମଲ, ନିହାର ରଞ୍ଜନସାମଲ, ବାବୁଲି ସେଠି, ସାଜିଦ ଖାଁ,ଅର୍ଜୁନ ମିଶ୍ର, ସୁଧାଂଶୁ ସାମଲ ପ୍ରମୁଖ ନେତୃତ୍ବ ନେଇଥିଲେ।

Leave a Reply

Your email address will not be published. Required fields are marked *