ରାଜ୍ୟ

ବୈଜଲଗଡ଼ –ପୋଡ଼ାପଦର ରାସ୍ତା ଶୋଚନୀୟ ଦୂରବସ୍ଥା ପାଇଁ ବନବିଭାଗକୁ ଦାୟୀ କଲେ ଅଞ୍ଚଳବାସୀ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଇଁବ୍ଲକ ଗୋର୍ଲା ପଞ୍ଚାୟତ ବୈଜଲଗଡ଼ରୁପୋଡ଼ାପଦର ଓ ସାଗରିଟା ଜାୟାତିଳେଇପଳନା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଉକ୍ତ ଜିଲାରଦୁରାବସ୍ଥା। ପାଇଁ ସ୍ଥାନୀୟ ଲୋକେସିନାପାଇଁ ବନବିଭାଗକୁ ଦାୟୀ କରିଛନ୍ତି ଓ ରକ୍ତ ରାସ୍ତାରେ ବିନା କାମରେ ବିଲକରି ଟଙ୍କା ଆତ୍ମସାତ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ସୂଚନାନୁସାରେ, ରକ୍ତ ରାସ୍ତା ଘାଟମାଲ ଅଞ୍ଚଳବାସୀଙ୍କ ପାଇଁ ଜୀବନ ରେଖା ସଦୃଶ। ବର୍ତମାନ ରାସ୍ତାସାରା ଖାଲଖମା ଓ କାଦୁଅ ପଙ୍କ ଯୋଗୁଁ ଲୋକେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଅବସ୍ଥା ଯାହା ଜଣେ ଚାଲିଳି ଯିବା ମଧ୍ୟ ଅସମ୍ଭବ ହୋଇପଳୁଛି।ପୂର୍ବରୁ ଏହି ରାସ୍ତା ଭଲ ଥଲା । ହେଲେ ବନବିଭାଗ ରାସ୍ତା ମରାମତି ନାଁରେ ତାହାକୁ ନଷ୍ଟ କରିଦେଇଛି । ରାସ୍ତାରେ କିଛିସ୍ଥାନକୁ ସାମାନ୍ୟ ମରାମତି କରାଯାଇଛି।ହେଲେ ସେହି ସ୍ଥାନରେ ମୋରମ ଦେଲାପରିବରେ ପଥର ଦିଆଯାଇଛି । ଫଳରେ ରାସ୍ତାରେ ଯାନବାହାନ ତ ଦୂର କଥା ଖାଲିପାଦରେ ମଧ୍ୟ ଯିବା ଆସିବା କରିବା ସମ୍ଭବ ହେଉନାହିଁ। ଏନେକ ଅଞ୍ଚଳବାସୀତୀବ୍ର ଅସତ୍ତାଷ ପ୍ରକାଶ କରିଛନ୍ତି ।ପ୍ରକାଶଯୋଗ୍ୟ ଯେ, ଘାଟମାଳ ଅନ୍ତର୍ଗତପୋଡ଼ାପଦର, ଯାଜଭର, ତିଳେଇପଲମା,ପଣ୍ଡାରି ପାଣି, ଗେଣ୍ଡୁଳପାଣି,କନ୍ଦେଳଝରିଆ, ବହାଇପଡ଼ା ପ୍ରଭୃତି ପ୍ରାୟ୧୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏହି ରାସ୍ତାଉପରେ ନିର୍ଭର କରୁଛନ୍ତି । ହେଲେ ରାସ୍ତାଶୋଚନୀୟ ହୋଇଥିବାରୁ ଜନସାଧାରଣ ପଡ଼ୋଶୀ ବୋଡେନ ବ୍ଳକ ଦେଇ ବ୍ଳକସହରକୁ ଯତାୟାତ କରୁଛନ୍ତି । ଏଥିପାଇଁଅଞ୍ଚଳର ଛାତ୍ରଛାତ୍ରୀ, ରୋଗୀ, ଗର୍ଭବତୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।ଏହି ରାସ୍ତା ମରାମତି ନାଁରେ ସାମାନ୍ୟ।ମୋରମ ପକାଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗକରିଛନ୍ତି । ଅନ୍ୟପକ୍ଷେ ରାସ୍ତା ମରାମତି କାର୍ଯ୍ୟରେ କୌଣସି ସୂଚନାଫଳକଲଗାଯାଇନଥିବା ଜଣାପଡ଼ିଛି । ଏନେଇ ସିନାପାଇଁ ବନାଞ୍ଚଳ ଅଧିକାରୀ ଜୟଦେବମାଝିଙ୍କୁ ପଚାରିବାରୁ ରାସ୍ତାର ମରାମତିକାର୍ଯ୍ୟ ହୋଇନାହିଁ କିମ୍ବା ଟଙ୍କା ଆତ୍ମସାତହୋଇନାହିଁ ବୋଲି ସେ କହିଥିଲେ ।ତେବେ, ଜିଲ୍ଲା ପ୍ରଶାସନ ତଥା ବିଭାଗୀୟଉଚ୍ଚ କର୍ତ୍ତୃପକ୍ଷ ଏଥ‌ିପ୍ରତି ଦୃଷ୍ଟି ଦେଇଘଟଣାର ତଦନ୍ତ କରିବାକୁ ତ୍ରିନାଥ ମାଝି,ଦୁଷ୍ମର ମାଝି, ପୀତାମ୍ବର ମାଝି, ମାନସିଂମାଝି, ଅମର ମାଝି, ବାମନ ମାଝି,ଉଗ୍ରେସନ ମାଝି, ଗଣରାମ ମାଝି, ଗୋକୁଳମାଝି, ଅଙ୍ଗଦ ମାଝି, ଭାଇ ସିଂ ମାଝି,ନୂଡ଼ାମଣି ମାଝି, ବଳହେତୁ ମାଝି, ଦେସିଂମାଝି ପ୍ରମୁଖଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *