ରାଜନୀତି

ରାଧାମାଧବ ସେବାଶ୍ରମ ପରିଦର୍ଶନକଲେ କନ୍ଧମାଳ ସାଂସଦ

ବୌଦ୍ଧ:- ବୌଦ୍ଧ ବିକାଶ ମେଳାରେଅତିଥୁ ଭାବେ ଯୋଗଦାନ ଅବସରରେ କନ୍ଧମାଳସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୁଟୁପାଲିସ୍ଥିତରାଧାକୃଷ୍ଣ ମନ୍ଦିର, ରାଧା ମାଧବ ସେବା ଶ୍ରମ ଓସାଧାରଣ ପରିବାର ମାନଙ୍କ ଘରକୁ ପରିଦର୍ଶନକରିଥିଲେ । ଏହି ଅବସରରେ ସାଂସଦଙ୍କୁଉତ୍ତରୀୟ ଦେଇ ସ୍ଵାଗତ କରାଯାଇ ଉଭୟଅନୁଷ୍ଠାନ ଓ ପରିବାରମାନେ ବିଭିନ୍ନ ସମସ୍ୟାଉପସ୍ଥାପନା କରିଥିଲେ । ଏହି ଅବସରରେରାଧାମାଧବ ସେବାଶ୍ରମର ମୁଖ୍ୟ ତଥା ବିଶ୍ଵ ଶାନ୍ତିବିଷ୍ଣୁ ମହାଯଜ୍ଞର ଆବାହକ ବ୍ରହ୍ମଚାରୀ ଆଦିତ୍ୟଦାସ, ସମ୍ପାଦକ କୃତ୍ତିବାସ ପଲିଆ, ସାଧୁ ଅଯୋଧ୍ୟାଦାସ, ସାଧୁ ଦିବ୍ୟ ପ୍ରଜ୍ଞାନନ୍ଦ ଦାସ, ସହ ସମ୍ପାଦକଆକାଶ ଜେନା, ସଦସ୍ୟ ଶଶାଙ୍କ ପ୍ରଧାନ, ନିରଞ୍ଜନସାଥୁଆ, ସିଦ୍ଧେଶ୍ଵର, ସୁଧାଂଶୁ ଡାଙ୍ଗ, ସରୋଜକୁମାର ମେହେର, ଲୋକନାଥ ଶତପଥ ପ୍ରମୁଖଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଧର୍ମ ଅନୁଷ୍ଠାନରବିକାଶ ସହିତ ଆସନ୍ତା କାର୍ତ୍ତିକ ମାସରେଆୟୋଜିତ ହେବାକୁ ଥିବା ଯଜ୍ଞରେ ଅତିଥ୍‌ ଭାବେଯୋଗଦାନ ନିମନ୍ତେ ଅନୁରୋଧ କରାଯାଇଥିଲା।ଗତ ଜିଲ୍ଲା ପରିଷଦ ବୈଠକରେ ଡମ୍ବରୁଗଡ଼ ମଠଓ ବଲାସିଙ୍ଗା ମହୁଲମୂଳ ଆଶ୍ରମକୁ ସଂଯୋଗକରୁଥିବା ରାସ୍ତା ଉନ୍ନତିକରଣ ସହିତ ତୋରଣନିର୍ମାଣ ନିମନ୍ତେ ନିଷ୍ପତ୍ତି ହୋଇଥିବା ଖବରଦେଇଥ‌ିବାରୁ ଧନ୍ୟବାଦ ଅର୍ପଣ କରାଯାଇ ଜିଲ୍ଲାରପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ପ୍ରସ୍ତାବିତ୍ତନନ୍ଦନବନ ପରିବେଶ ପାର୍କ, ଡ଼ମ୍ବରୁଗଡ଼ ମଠ,ପାତାଳି ଶ୍ରୀକ୍ଷେତ୍ର ନାଏକପଡା ଗୁମ୍ଫାର ବିକାଶନିମନ୍ତେ ଆଲୋଚନା ହୋଇଥିଲା । ଆସନ୍ତାଦିନରେ ମଥୁରା ଦନ୍ତପାଲିସ୍ଥିତ ମାହେଶ୍ଵରୀଗୋଶାଳା ପରିଦର୍ଶନ ନିମନ୍ତେ ସମ୍ପାଦକ ଶ୍ରୀପଲିଆ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *