ରାଜ୍ୟ

ବେଆଇନ ଖଣି ମାଫିଆ ଟିପି ମହାନ୍ତିର ଖୋଲୁଛି ଗୁମର ପେଡି

କେଉଁଝର :ପୂର୍ବତନ ବିଜେଡି ସରକାର ଛତ୍ର ଛାୟା ତଳେ ରହି ଖଣିଜ ଦ୍ରବ୍ୟ ଲୁଟୁଥିବା ଖଣି ମାଲିକ ର କଳା କାରନାମା ଧୀରେ ଧୀରେ ଖୋଲିବା ଆରମ୍ଭ କରିଛି l କେନ୍ଦୁଝର ବାସୀ ଙ୍କ ପ୍ରତି ବିଶ୍ୱାସ ଘାତକ କରିଥିବା ଏହି ଖଣି ମାଲିକ ରାଜଧାନୀ ରେ ଅୟସ ରେ ଜୀବନ ବିତାଉଛନ୍ତି l ପୂର୍ବରୁ କିପରି ବେଆଇନ ଖଣି ଖନନ ହେଉଥିଲା, ସେନେଇ ଶାହା କମିଶନଙ୍କ ରିପୋର୍ଟରେ ପ୍ରାଞ୍ଜଳଭାବେଉଲ୍ଲେଖ ରହିଛି । ଏବେ ସାଟେଲାଇଟ ଯୁଗରେ ମଧ୍ୟ ହାଇଟେକ ଖଣି ଡକାୟତ ମାତିଛନ୍ତି। ଆଜି ଭାତ ହାଣ୍ଡିରୁ ଗୋଟିଏ ପରୀକ୍ଷା କରିବାପରି ଜଣେ ଖଣି ଚୋରଙ୍କ ସମ୍ପର୍କରେ ଆଲୋଚନା କରିବା। ତାରିଣୀ ପ୍ରସାଦ ମହାନ୍ତି ଓରଫ ଟିପି ମହାନ୍ତି ଖଣି ଲିଜଧାରୀ ବେଆଇନଭାବେ ଖଣି ଉତ୍ତୋଳନ କରୁଥୁବା ସୂଚନା ମିଳିଛି। ଏ ସମ୍ପର୍କରେ ଲଢ଼ୁଆ ବିଜେପି ସଂଗଠକ ତଥା ବିଭାଗୀୟ ମନ୍ତ୍ରୀ ବିଭୁତି ଜେନା ଅବଗତ ଅଛନ୍ତି ତ ? ଏହାର ତଦନ୍ତ କେବେ ହେବ ନିର୍ଧାରଣ କରାଯାଇଛି। କିନ୍ତୁ ଏହାକୁ ଖୋଲାଖୋଲି ଉଲଂଘନ କରୁଛି ଟିପି ମହାନ୍ତି ଖଣି କମ୍ପାନୀ । ନିଜ ଲିଜ ଜମିକୁ ଲାଗି ରହିଥ‌ିବା ଜଙ୍ଗଲ ଜମିକୁ ଧୀରେ ଧୀରେ ଖୋଲୁଛି ଏହିଡକାୟତ କମ୍ପାନୀ। ସେହିପରି ଖଣି ସମ୍ପଦ ୨୦୨୨ରେ ଏହି ଚୋର କମ୍ପାନୀରେ ଇନକମ ଟାକ୍ସ ଚଢ଼ାଉ କରିଥିଲା। ସେହିପରି ପୋଲିସକୁ ଆକ୍ରମଣ କରି ଏହି କମ୍ପାନୀର ବାପ ପୁଅ ଜେଲ ଯାଇଥିଲେ। ବହୁ କେଳେଙ୍କାରୀରେ ସମ୍ପୃକ୍ତ ଏହି କମ୍ପାନୀ ମାଲିକ ବନ୍ଧା ହେବେ କେବେ ? ସୂଚନା ଟ୍ରକରେ ନେବାବେଳେ ନିର୍ଦିଷ୍ଟ ଓଜନ ଅନୁସାରେ, ଟିପି ମହାନ୍ତି ଖଣି ସେଥ‌ିପାଇଁ କମ୍ପାନୀ ଖଣି ଉତ୍ତୋଳନ ପାଇଁ ଲାଇସେନ୍ସ ପ୍ରାପ୍ତ କରିଛନ୍ତି । କିନ୍ତୁ କିଛି ନିୟମକାନୁନ ମଧ୍ୟ ରହିଥ‌ିବାବେଳେଏହି ଖଣି ମାଫିଆଜଣକ ଅତ୍ୟଧିକ ଲୋଭ ଗ୍ରସ୍ତ ହୋଇ ଖୋଲାଖୋଲି ମାଇନିଙ୍ଗ ରୁଲ ଉଲଂଘନ କରିବା ସହ ବେଆଇନ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀ ହାଇ ଗ୍ରେଡ଼ ଲୁହା ପଥରକୁ ଲୋ ଗ୍ରେଡ଼ ଦର୍ଶାଇ ଚାଲାଣ କରୁଛି। ଫଳରେ ଟିକସ ଫାଙ୍କି ହେଉଛି, ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହାନି କରୁଛନ୍ତି।ଏହି କମ୍ପାନୀ ହାତୀ ଚଲାପଥକୁ ମଧ୍ୟ ଛାଡୁନାହାନ୍ତି, ଖୋଳି ଚାଲିଛନ୍ତି । ଫଳରେ ହାତୀ ଚଲାପଥ ବାଧାପ୍ରାପ୍ତ ହେଉଥ‌ିବା ଲକ୍ଷ୍ୟ କରାଯାଇଛି । ପ୍ରତି ଖଣି ଲିଜଧାରୀଙ୍କ ନିମନ୍ତେ ଖଣି ଉତ୍ତୋଳନ କରିବାପାଇଁ ନିର୍ଦ୍ଦିଷ୍ଟ ସୀମାନେବାକୁ ନିୟମ ରହିଛି ।ଏହାକୁ ଖୋଲାଖୋଲିଉଲ୍ଲଙ୍ଘନ କରି ଓଭର ଲୋଡିଂ ବା ଅତ୍ୟଧ୍ବକଲୋଙ କରି ଖଣିଜ ପରିବହନ କରାଯାଉଛି।ଏହି ବେଆଇନ କାର୍ଯ୍ୟ ସମ୍ପର୍କରେ ଖଣି ମାଲିକତାରିଣୀ ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ କହନ୍ତି,ମୋର ପୁରୀରେ ଏକ ହୋଟେଲ ନିର୍ମାଣ କାର୍ଯ୍ୟଚାଲିଛି। ସେହିପରି ମୁ ଉତ୍କଳ ଚାମ୍ବର ଅଫକମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ (ୟୁସିସିଆଇ) ନିର୍ବାଚନରେ ସଭାପତି ପାଇଁ ଲଢୁଛି।ହୋଟେଲ ଓ ନିର୍ବାଚନପାଇଁ ପାଣ୍ଠି ଆସିବକେଉଁଠୁ ? ତେଣୁ କିଛି ବେଆଇନ ଖଣିଉତ୍ତୋଳନ କରିବାକୁ ପଡିବ। ଆହୁରିଜାଣିରଖନ୍ତୁ, ଏହି ବେଆଇନ ଖଣି ଉତ୍ତୋଳନକାର୍ଯ୍ୟ ଖଣି ବିଭାଗ ଅଧିକାରୀମାନଙ୍କଭାଗିଦାରୀତାରେ ହିଁ ହେଉଛି ।

Leave a Reply

Your email address will not be published. Required fields are marked *