ମୁଖ୍ୟ ଖବର

ମରଣଯନ୍ତା ପାଲଟିଛିସିନ୍ଧେକେଲା ରାସ୍ତା, ପିସି ଖାଇ ଯନ୍ତ୍ରୀ ଅର୍ଜୁନ ବେହେରା ମାଲେମାଲ

ଭୁବନେଶ୍ୱର : ବଲାଙ୍ଗିର ଜିଲ୍ଲା ବଙ୍ଗାମୁଣ୍ଡା ବ୍ଲକ ସିନ୍ଧେକେଲା ୪୨ ନଂ ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା ବେହାଲ l ସାଲେମୁଡୁଗାଁ ସିନ୍ଧେକେଲା, ଚାନ୍ଦୋଚରା ରାସ୍ତା ଏବେ ପାଲଟିଛି ମରଣଯନ୍ତା। ନିତିଦିନ ବାଲି ବୋଝେଇ ହାଇଓ୍ବା ଯୋଗୁଁ ରାସ୍ତାରୁ ପିଚୁଉଠି ଯାଇ ବଡ଼ ବଡ଼ ଗାଚ ହୋଇଥିବା ବେଳେ କଣ୍ଟାବାଞ୍ଜି ପିଡବ୍ଲୁଡି ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରାଙ୍କ ପିସି ଖିଆ ପ୍ରକୃତି ଯୋଗୁ ସମସ୍ତ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଛି l କଣ୍ଟାବାଞ୍ଜି ଉପାନ୍ତ ଇଲାକା ହୋଇ ଥିବାରୁ ଯନ୍ତ୍ରୀ ମିଥ୍ୟା ବିଲ କରି କଣ୍ଟାବାଞ୍ଜି କୁ ତଳିତଳାନ୍ତ କରି ବାରେ ଲାଗିଛନ୍ତି l ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା ୮ ପ୍ରତିଶତ ପିସି ନେଉଥିବାରୁ ଠିକାଦାର ମାନେ ବାଧ୍ୟ ହୋଇ ନିମ୍ନ ମାନର କାମ କରୁଛନ୍ତି l ଅର୍ଜୁନ ବେହେରା ସାଇଟ ଭିଜିଟ କହି ଅଫିସକୁ ଆସୁ ନଥିବାରୁ ଲୋକ ମାନେ ସମସ୍ୟା କାହାକୁ ଜଣାଇବେ ବୋଲି ପ୍ରଶ୍ନ କରିଛନ୍ତି l କୋଟିକୋଟି ଟଙ୍କା ଲୁଟି ଥିବା ଅର୍ଜୁନ ବେହେରା ଭୁବନେଶ୍ୱର ରେ ନିଜର ସାମର୍କୀୟ ମାନଙ୍କ ନାମରେ ବେନାମୀ ପ୍ଲଟ ଓ ଘର କିଣିଥିବାର ଚର୍ଚ୍ଚା ହେଉଛି l କାହାର ଛତ୍ର ଛାୟା ତଳେ ରହି ଯନ୍ତ୍ରୀ କଣ୍ଟା ବାଞ୍ଜି ବାସୀଙ୍କୁ ପ୍ରତାରଣା କରୁଛନ୍ତି ତାହା ତଦନ୍ତ ସାପେକ୍ଷ l ଭିଜିଲାନ୍ସ ତଦନ୍ତ ହେଲେ ବହୁତ କିଛି ଗୁମର ଖୋଲିବା ସହିତ ପୂର୍ବ ବିଜେଡି ଦଳୀୟ ପାଣ୍ଠିକୁ ଅର୍ଜୁନ ବାବୁ କେତେ କୋଟି ଚାନ୍ଦା ଦେଇଛନ୍ତି ତାହାର ସତ ପଦାକୁ ଆସିବ l ତେବେ ଏହି ରାସ୍ତା ଦେଇ ଖଟିଆର, ଭବାନୀପାଟଣାକୁ ଯିବା ଆସିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ହସ୍ପିଟାଲ,ସ୍କୁଲ କଲେଜ ଯିବା ଆସୁଥିବା କରୁଥିବା ଜନସାଧାରଣ ଓ ଛାତ୍ରଛାତ୍ରୀ । ରାସ୍ତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ସଂଯୋଗ ପାଇଁ ଅନେକ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରାଯାଉଛି। ଥରେ ରାସ୍ତା ହେଲା ପରେ ଆଉ ମେଣ୍ଟେନାନ୍ସ କାମ କରୁନାହାନ୍ତି ଠିକାଦାର। ଅଧିକାରୀଙ୍କ ସଲାସୁଚୁରା ଯୋଗୁଁ ଦୁଃଖ ଭୋଗୁଛନ୍ତି ରାସ୍ତାରେ ଯିବା ଆସିବା କରୁଥିବା ଜନସାଧାରଣ ଜନତା l lତେବେ ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୁରନ୍ତ ଏହି ରାସ୍ତା ମରାମଚ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *