ରାଜ୍ୟ

କେନ୍ଦ୍ରାପଡ଼ା ରାଜନଗର ଥାନା ASI ନରେନ୍ଦ୍ର ସିଂ ସସ୍‌ପେଣ୍ଡ

ରାଜନଗର,: କେନ୍ଦ୍ରାପଡା ରାଜନଗର ଥାନା ASI ନରେନ୍ଦ୍ର ସିଂଙ୍କୁ ସସ୍‌ପେଣ୍ଡ କରାଯାଇଛି। ମହିଂଷାସୁର ଛକରେ ଦୋକାନୀକୁ ପିଟିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହିତ ଅଭିଯୋଗ ଆଧାରରେ ASIଙ୍କ ନାଁରେ ରୁଜୁ ମାମଲା ହୋଇଥିବା ବେଳେ ବିଭାଗୀୟ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ ରାଜନଗର ଥାନା ଅନ୍ତର୍ଗତ ହଂସିଣା ଗୁଳା ଗ୍ରାମର ପ୍ରମୋଦ ବିଶାଳ ନିଜ ଦୋକାନରେ ଥିବାବେଳେ ରାଜନଗର ଥାନା ଗାଡି ସେଠାରେ ପହଞ୍ଚିଥିଲା। ଗାଡିରେ ଥିବା ପୋଲିସ କର୍ମଚାରୀ ନରେନ୍ଦ୍ର କୁମାର ସଂ ଜୈନିକ ଲୋକର ଠିକଣା ପଚାରିଥିଲେ। ପ୍ରମୋଦ ସେ ବ୍ୟକ୍ତିର ଠିକଣା କହିବା ପରେ ପୋଲିସ ସେଠାରୁ ଚାଲିଯାଇଥିଲେ। ମାତ୍ର କିଛି ସମୟ ପରେ ପୋଲିସ ଫେରିଆସି ହଠାତ୍‌ ପ୍ରମୋଦକୁ ନିସ୍ତୁକ ମାଡମାରି ଲହୁ ଲୁହାଣ କରିଥିଲେ। ଏହାପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପ୍ରମୋଦକୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନ୍ୟାୟ ପାଇଁ ପ୍ରମୋଦ ଓ ତାଙ୍କ ପରିବାର କେନ୍ଦ୍ରାପଡା ଏସ୍‌ପି ଙ୍କ ଦାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *