ଦେଶ- ବିଦେଶ

ଏକଜିଟ୍ ପୋଲ୍ : ହରିୟାଣାରେ ୧୦ ବର୍ଷପରେ ଆସିପାରେ କଂଗ୍ରେସ ସରକାର

ନୂଆଦିଲ୍ଲୀ : ଆଜି ହରିୟାଣାରେ ଭୋଟ ଗ୍ରହଣ ଶେଷ ହୋଇଛି । ପୂର୍ବରୁ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଆସନ୍ତା ୮ ତାରିଖରେ ଭୋଟ ଗଣତି ହେବ । ଏବେ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥବାହୁଡ଼ା ମତ ବା ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ଏକଜିଟ୍ ପୋଲ ରିପୋର୍ଟରେ କଂଗ୍ରେସ ୧୦ ବର୍ଷ ପରେ ହରିୟାଣାରେ କ୍ଷମତାକୁ ଆସୁଥିବା ଦର୍ଶାଯାଇଛି । ସେହିପରି ଜମ୍ମୁ ଓ କଶ୍ମୀରରେ ଝୁଲା ବିଧାନସଭା ହେବା ଦେଖାଦେଇଛି । ଧ୍ରୁବ ରିସର୍ଚ୍ଚର ସର୍ଭେରେ କଂଗ୍ରେସକୁ ୫୭ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିବା ବେଳେ ବିଜେପିକୁ ୨୭ଟି ଆସନ ମିଳିଥିବା ଦେଖିବାକୁ ମିଳିଛି। ଅନ୍ୟମାନଙ୍କୁ ମଧ୍ୟ ସର୍ଭେରେ ୬ଟି ସିଟ୍ ମିଳୁଛି। ସେହିପରି ରିପବ୍ଲିକ ଟିଭିର ସର୍ଭେ ଅନୁସାରେ କଂଗ୍ରେସକୁ ୫୫ରୁ୬୨ ଓ ବିଜେପିକୁ ୧୮-୨୪ଟି ଆସନ ମିଳିବାର ସମ୍ଭାବନା ରହିଛି ।ଧ୍ରୁବ ରିସର୍ଚ୍ଚର ସର୍ଭେରେ କଂଗ୍ରେସକୁ ୫୭ ଆସନ ସହ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଥିବା ବେଳେ ବିଜେପିକୁ ୨୭ଟି ଆସନ ମିଳିଥିବା ଦେଖିବାକୁ ମିଳିଛି। ଅନ୍ୟମାନଙ୍କୁ ମଧ୍ୟ ସର୍ଭେରେ ୬ଟି ସିଟ୍ ମିଳୁଛି। ସେହିପରି ରିପବ୍ଲିକ ଟିଭିର ସର୍ଭେ ଅନୁସାରେ କଂଗ୍ରେସକୁ ୫୫ରୁ୬୨ ଓ ବିଜେପିକୁ ୧୮-୨୪ଟି ଆସନ ମିଳିବାର ସମ୍ଭାବନା ରହିଛି । ମାଟ୍ରିଜର ଏକ୍ଜିଟ୍ ପୋଲ୍ ଅନୁଯାୟୀ ହରିୟାଣାର ୯୦ଟି ବିଧାନସଭା ଆସନରୁ କଂଗ୍ରେସ ପ୍ରାୟ ୫୫ରୁ ୬୨ଟି ଆସନରେ ଆଗୁଆ ରହିଛି। ସର୍ଭେ ଅନୁଯାୟୀ କଂଗ୍ରେସକୁ ୧୮ରୁ ୨୪ ଟି ଆସନ ମିଳିପାରେ । ଏହାବ୍ୟତୀତ ଆଇଏନଏଲଡି+ କୁ ୩ରୁ ୬ଟି ଆସନ ମିଳିଥିବା ବେଳେ ଜେଜେପି ଶୂନରୁ ୩ ଟି ଆସନରେ ଆଗୁଆ ରହିଛି । ଅନ୍ୟମାନଙ୍କୁ ୨ରୁ ୫ଟି ଆସନ ମିଳିପାରେ।

Leave a Reply

Your email address will not be published. Required fields are marked *