ମହାନଗର

ପୁନର୍ବାସ ଥଇଥାନ ଯୋଜନାରେ ଚାକିରୀ ପାଇବା ପାଇଁ ମୃତ କର୍ମଚାରୀଙ୍କ ପରିବାର ତରଫରୁ ଆମରଣ ଅନଶନ

ଭୁବନେଶ୍ୱର : ସ୍ଵର୍ଗତ ନବକିଶୋର ସାମନ୍ତରାୟ ଗତ ୨୪.୦୩.୨୦୨୦ମସିହାରେ କ୍ୟାନସର ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ଭୁବନେଶ୍ଵର ରାସ୍ତା ଓ ଗୃହବିଭାଜନ ନଂ-୨ ଅଧ୍ଵନରେ ୨୫ ରୁ ଅଧିକ ବର୍ଷ ଡିଏଲ୍‌ଆର କର୍ମଚାରୀ ଭାବରେ କାର୍ଯ୍ୟ କରିବା ପରେ ମାତ୍ରଅଳ୍ପ କିଛି ବର୍ଷ ପାଇଁ ସେ ପିଅନ ପଦବୀରେ ସ୍ଥାୟୀ ଚାକିରି ପାଇଥିଲେ । ତାଙ୍କର ଅକାଳ ବିୟୋଗ ପରେସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ବିଜ୍ଞପ୍ତି ଅନୁସାରେ ସ୍ଵର୍ଗତ ସାମନ୍ତରାୟଙ୍କ ବଡ଼ପୁଅ ନରେନ୍ଦ୍ର ସାମନ୍ତରାୟ ପୁନର୍ବାସ ଥଇଥାନ ଯୋଜନାରେ ଚାକିରି ପାଇବା ପାଇଁ ଆବେଦନ କରିଥିଲେ।ଇତି ମଧ୍ୟରେ ଚାରି ବର୍ଷ ଅତିବାହିତ ହୋଇଛି । ସ୍ଵର୍ଗତ ସାମନ୍ତରାୟଙ୍କ ପରିବାରରୁ ଜଣକୁ ଉତ୍ତରାଧିକାରୀ ସୂତ୍ରରେ ଚାକିରି ଦେବା ପାଇଁ ଭୁବନେଶ୍ଵର (ରାସ୍ତା ଓ ଗୃହ) ବିଭାଜନ ନଂ-୨ କାର୍ଯ୍ୟାଳୟ ବିଭିନ୍ନ ଆଳ ଦେଖାଇ ନିଯୁକ୍ତି ଦେବାକୁ ରାଜି ହେଉନାହାଁନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ଵର ରାସ୍ତା ଓ ଗୃହ ବିଭାଜନ ନଂ-୨ ନିଯୁକ୍ତିର ଆବଶ୍ୟକତାକୁ ଆକଳନ କରି ୫୦ ମାର୍କ ଦେଇଥିବା ବେଳେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ, ପୁରୀ ୧୦ ମାର୍କ ମିଶ୍ରଣ କରି ସର୍ବ ମୋଟ୍ ୬୦ ମାର୍କ ଆକଳନ କରି ସ୍ଵର୍ଗତଃ ସାମନ୍ତରାୟଙ୍କ ପରିବାରର ବଡ଼ପୁଅ ନରେନ୍ଦ୍ର ସାମନ୍ତରାୟ ଯୋଗ୍ୟତା ଭିଭିରେ ନିଯୁକ୍ତି ପାଇବା ପାଇଁ ହଦାର ହୋଇଛନ୍ତି । ସେଥିଦୃଷ୍ଟିରୁ ସମ୍ପୃକ୍ତ ବିଭାଜନ ଅଧିକାରୀ ନିଯୁକ୍ତି ଦେବାକଥା । ଅନ୍ୟ ପକ୍ଷରେ ସମ୍ପୃକ୍ତ ବିଭାଜନ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖୁଲା ପରେ ଉପରିସ୍ଥ ଅଧିକାରୀ ନିଯୁକ୍ତି ଦେବା ନିମନ୍ତେ ଆବଶ୍ୟକୀୟ ପତ୍ର ବିନିମୟ କରି ଆଦେଶ ଦେଇଥିଲେ ମଧ୍ୟ ବିଭାଜନ ଅଧିକାରୀ ଏହାକୁ ଖାତିର କରିନାହାଁନ୍ତି । ଯାହାଫଳରେ ସ୍ଵର୍ଗତ ସାମନ୍ତରାୟଙ୍କ ବଡ଼ପୁଅ ଓ ତାଙ୍କ ପରିବାର ସମୂହ ଆଜି ତା ୭.୧୦. ୨୦୨୪ ରିଖରେ ଭୁବନେଶ୍ଵର (ରାସ୍ତା ଓ ଗୃହ) ବିଭାଜନନଂ-୨, ଭୁବନେଶ୍ଵରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି । ସଂଘ ତରଫରୁ ସମ୍ପୃକ୍ତନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଉଅଛି ଯେ, ମଧ୍ୟାହ୍ନ ବିରତୀ ପୂର୍ବରୁ ଅନଶନ ସ୍ଥଳକୁ ଆସି ସ୍ଵର୍ଗତ ସାମନ୍ତରାୟଙ୍କ ବଡ଼ପୁଅ ନରେନ୍ଦ୍ର ସାମନ୍ତରାୟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ତାଙ୍କ ବାପାଙ୍କର ଆତ୍ମା ଶାନ୍ତି ପାଇବ, ପରିବାର ଖୁସିରେ ରହିବେ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଶାସନର ପବିତ୍ରତା ରହିବ ।

Leave a Reply

Your email address will not be published. Required fields are marked *