ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

ଭୁବନେଶ୍ୱର,୧୦ା୧୦: ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ପ୍ରକାଶ ବେହେରା। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରକାଶ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ପ୍ରକାଶ ବିଜେପି ରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ବିଜେଡି ତାଙ୍କୁ କଟକ ବାରବାଟୀରୁ ପ୍ରାର୍ଥୀ କରିଥିଲା। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ରେ ସାଲେପୁରରୁ ଜିତିଥିଲେ।ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲିପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।ପ୍ରକାଶ ତାଙ୍କର ଚିଠିରେ ଲେଖିଛନ୍ତି, ”ବହୁ ଚିନ୍ତା ପରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ସଦସ୍ୟ ପଦରୁ ଇସ୍ତଫା ଦେଉଅଛି। ଆପଣ ମୋତେ ବାରବାଟୀ-କଟକ ଭଳି ସମ୍ମାନଜନକ ଆସନରୁ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜଣାଉଅଛି ଓ ଆପଣଙ୍କ ନେତୃତ୍ୱକୁ ସମ୍ମାନ ଜଣାଉଛି। ଯେହେତୁ ମୁଁ ଜଣେ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ଵାସ ରଖୁଥିବା ଓ ଜନସାଧାରଣଙ୍କ ସମସ୍ୟା, ବିକାଶ ନାଶ ଓ ସଙ୍ଗଠନ ସହ ଯୋଡିହୋଇ ରହୁଥିବା ବ୍ୟକ୍ତିତ୍ୱ ତେଣୁ ଏଭଳି ନିଷ୍ପତି ନେବାକୁ ଉଚିତ ମନେ କଲି।ବାରବାଟୀ- କଟକ ଜନତା ଅତି ସ୍ଵଳ୍ପ ସମୟ ମଧ୍ୟରେ ରେ ଯେଉଁଭଳି ଭାବେ ମୋତେ ସମର୍ଥନ ଦେଇଛନ୍ତି ସେଥିପାଇଁ ମୁଁ କୃତଜ୍ଞ । କଟକର ଜନସାଧାରଣ ଓ କର୍ମ କର୍ତ୍ତାମାନେ କଟକର ସମସ୍ୟା ବାବଦରେ ମୋର ଆବଶ୍ୟକ‌ତା ଯେତେବେଳେ ଅନୁଭବ କରି ବେ ମୁଁ ମୋର କର୍ତ୍ତବ୍ୟ ପ୍ରତିପାଦନ କରି ବାରେ ଅବହେଳା କରି ବି ନାହିଁ ।ଟାଙ୍ଗୀ ସାଲେପୁରର ଗୁରୁଜନ, ଭାଇଭଉଣୀମାନେ ମୋର ସଂଘର୍ଷ ସହ ଦୀର୍ଘ ୨୫ ବର୍ଷ ହେବ ଯୋଡି ହୋଇ ରହିଛନ୍ତି ଓ ମୁଁ ସଦା ସର୍ବଦା ସେମାନଙ୍କର ଆଶୀର୍ବାଦ ଓ ସହଯୋଗ ପାଇ ଆସିଛି । ସେମାନଙ୍କ ସହ ସର୍ବଦ ର୍ବଦା ମୁଁ ଯୋଡି ହୋଇ ରହିଛି ଓ ସେମାନଙ୍କ ପ୍ରତି ମୋର କର୍ଭବ୍ୟରେ କେବେବି ଅବହେଳା କରି ନାହିଁ । ସାରାଜୀବନ ସେମାନଙ୍କ ଋଣ ଶୁଝି ବାକୁ ବାକୁ ଚେଷ୍ଟା କରିବି।ବହୁ ଆଲୋଚନା ଓ ବିଚାର ବିମର୍ଷ ପରେ ନିସ୍ୱାର୍ଥପର ଭାବରେ ଟାଙ୍ଗୀ–ସାଲେପୁର ବାସୀ ସେବା କରିବା ପାଇଁ ମୁଁ ନିଷ୍ପତ୍ତି ନେଇଅଛି । ମୋର ଗୁରୁ ଜନ, ବନ୍ଧୁ, ଶୁଭେଛୁ, ଭାଇ ଇଭଉଣୀ କର୍ମ କର୍ତ୍ତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାଯ୍ୟପନ୍ଥା ସ୍ଥିର କରିବି।”

Leave a Reply

Your email address will not be published. Required fields are marked *