ରାଜ୍ୟ

ଅଳକା ନଦୀ ପୁନରୁଦ୍ଧାରରେ ଦୁର୍ନୀତି,ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥି ମାଲେମାଲ

ଭୁବନେଶ୍ୱର : ଜଗତସିଂହପୁର ସହର ସମେତ ନାଉଗାଁ, ବାଲିକୁଦାର ଜୀବନରେଖା ଅଳକା ନଦୀର ପୁନରୁଦ୍ଧାର ପାଇଁ ୪ ବର୍ଷ ତଳେ ଆରମ୍ଭ ହୋଇଥିଲା ଯୋଜନା । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚହେଲା। କିନ୍ତୁ ଅଳକା ନଦୀ ଜୀବନ ପାଇବ କ’ଣ ମୂଳରୁ ମରିଗଲା।ନଦୀ ପୁନଃ ଉଦ୍ଧାର ନାମରେ ସେତେବେଳେ ଅଧିକ୍ଷଣ ଯନ୍ତ୍ରୀ ଥିବା ପ୍ରତାପ ଶତପଥି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରି ସରକାରୀ ରାଜକୋଷ କୁ ଲୁଣ୍ଠନ କଲେ l ନିମ୍ନ ମାନର କାମ ସାଙ୍ଗକୁ ଠିକାଦାର ସହିତ ଚୋରା ପୀରତି କରି ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥି ଜିଲ୍ଲା ବାସୀଙ୍କୁ ପ୍ରତାରଣା କଲେ l ଜଗତସିଂହପୁର ଜିଲ୍ଲା ରେ ଜଳସମ୍ପଦ ବିଭାଗ ର ଏହି ଯନ୍ତ୍ରୀ ପ୍ରତାପ ଶତପଥି କୋଟି କୋଟି ଟଙ୍କା ର ଦୁର୍ନୀତି କରି ଅମାପ କଳା ଧନ ର ମାଲିକ ସାଜିଲେ l ଏହି ଦୁର୍ନୀତି ଗ୍ରସ୍ତ, ଭ୍ରଷ୍ଟାଚାରୀ ଯନ୍ତ୍ରୀ କୁ ସବୁ କାର୍ଯ୍ୟରେ ସହଯୋଗ କରୁଥିଲେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି l ଏବେ ଯନ୍ତ୍ରୀ ପ୍ରତାପ ଶତପଥି ଜଗତସିଂହପୁର ରେ ଲୁଟ କରି ଗଞ୍ଜାମ ରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବରେ ନିଯୁକ୍ତି ପାଇଁ ମୋଟା ଅଙ୍କର ପିସି କାରବାର ରେ ବ୍ୟସ୍ତ ଅଛନ୍ତି l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ ଶତପଥି ଅଚଳାଚଳ ସମ୍ପତି ର ଯଦି ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବ ତେବେ ସେ ଲୋୟର ଶୁକ ତେଲ ମୁଖ୍ୟ ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଟପିଯିବେ l ଜଗତସିଂହପୁର ରେ ଥିବା ସମୟରେ ବ୍ୟାପକ ଦୁର୍ନୀତି କରି ଛନ୍ତି ବୋଲି ଏସଡିଓ ଏସପି ଜେନା ଖୋଲାଖୋଲି କହିଛନ୍ତି l ଏବେ ବିଧାନସଭା ରେ ଅଳକା ପ୍ରସଙ୍ଗ ଉଠିଲା। ନକ୍ସା ଅନୁସାରେ ଖନନ ହୋଇ ନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଵୀକାର କରିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ନିରବ ରହିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।ତଥ୍ୟ ଅନୁସାରେ, ମୃତ ଅଳକା ନଦୀକୁ ଖନନ କରି ଜୀବିତ କରିବା ସହ ଉଦ୍‌ବୃତ୍ତ ଜଳ ନିଷ୍କାସନ,ଚାଷ ଜମିକୁ ଜଳସେଚନ, ବନ୍ୟା ପରିସ୍ଥିତି ହ୍ରାସ କରିବା ଲକ୍ଷ୍ୟରେ ପୁନରୁଦ୍ଧାର ଯୋଜନା କରାଯାଇଥିଲା। ଉତ୍ପ ଲେସ୍ଥଳ ବୀରବର ପାଟଣାରୁ ନଦୀର ମୁହାଣ ଅଶିଲୋ ନପର୍ଯ୍ୟନ୍ତ ୫୨ କିଲୋମିଟର ଅଳକା ଖନନ କରିବା ପାଇଁ ଯୋଜନା ହୋଇଥିଲା। ୨୦୨୧ ମସିହାରେ ଅଳକା ଖନନ ଆରମ୍ଭ ହୋଇଥିଲା। ନଦୀ ଖନନକୁ ତିନି ଭାଗରେ ବିଭକ୍ତ କରାଯାଇଥିଲା। ଅଶିଲୋରୁ ବାଲିକୁଦା ମେଡିକାଲ ପର୍ଯ୍ୟନ୍ତ, ବାଲିକୁଦା ମେଡିକାଲ ପାଖରୁ ଓଡ଼ିଶୋ ଓ ତୃତୀୟ ପର୍ଯ୍ୟାୟ ଓଡ଼ିଶୋରୁ ଉତ୍ପତ୍ତ ସ୍ଥଳ ବୀରବର ପାଟଣା ପର୍ଯ୍ୟନ୍ତ ଖୋଲା ଯିବା ପାଇଁ ଟେଣ୍ଡର ହୋଇଥିଲା। ୧୨ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଥିଲା। ନଦୀର ପ୍ରସ୍ତକୁ ଅତି କମରେ ୩୨ଫୁଟ ପର୍ଯ୍ୟନ୍ତ ଖୋଳିବାକୁ ଯୋଜନା ଥିଲା। କିନ୍ତୁ କେତେକ ସ୍ଥାନରେ ଆଦୌ ଖୋଳାଯାଇ ନାହିଁ। କେବଳ ନଦୀ ଗର୍ଭ ରେ ଥିବା ବାଲିକୁ ପକାଇ ବନ୍ଧ କରାଯାଇଛି । ତ ଆଉ କେଉଁଠି ସରୁ ନାଳି ହୋଇଯାଇଛି। ଯେଉଁଠି ଜବର ଦଖଲ ହୋଇଛି ସେଠାରେ ନଦୀ ଗତିପଥକୁ ବଦଳାଇ ଦିଆଯାଇଛି। ବିଶେଷ କରି ଜଗତସିଂହପୁର ସହରର ଗାଲୁପଡ଼ା ନିକଟରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ନଦୀର ପ୍ରସ୍ଥ ନାଳଠାରୁ ମଧ୍ୟ ଆହୁରି ଛୋଟ ହୋଇଯାଇଛି। ଅନେକ ସ୍ଥାନରେ ଖୋଳାଯାଇ ନଥିବା ବେଳେ ଏକାଧିକ
ଜାଗାରେ ତିଆରି ହୋଇଥିବା ବନ୍ଧ ମଧ୍ୟ ଭାଙ୍ଗି ଗଲାଣି। ନକ୍ସା ଅନୁସାରେ ଖନନ ହୋଇ ନଥିବା ଚୁକ୍ତି ଅନୁସାରେ ଠିକାଦାର ଟଙ୍କା ପାଇଛନ୍ତି । ଆଖି ସାମ୍ନାରେ ଏହି ଦୁର୍ନୀତି ହୋଇଥିଲେ ମଧ୍ୟ ଜଳସମ୍ପଦ ବିଭାଗର ଡ୍ରେନେଜ୍ ଡିଭିଜନ୍ ଚୁପ୍ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ନକ୍ସା ଅନୁସାରେ ଖନନ ହୋଇ ନ ଥିବା କହିଥିଲେ ବି ଜିଲ୍ଲା ପ୍ରଶାସନର ନିରବତା ଅନେକ ପ୍ରଶ୍ନ ଠିଆ କରୁଛି। ଯଦି ନକ୍ସା ଅନୁସାରେ ଖନନ ହୋଇ
ନାହିଁ ତାହା ହେଲେ ଚୁକ୍ତିନାମା ଅନୁସାରେ ଠିକାଦାରଙ୍କୁ କେମିତି ଟଙ୍କା ପ୍ରଦାନ କରାଗଲା ବୋଲି ପ୍ରଶ୍ନ ଉଠୁଛି। ଜଗତସିଂହପୁର ରେ ହୋଇଥିବା ସମସ୍ତ ଦୁର୍ନୀତି ର ମହାନାୟକ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ତଥା ବର୍ତମାନ ଗଞ୍ଜାମ ରେ କାର୍ଯ୍ୟରତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ ଶତପଥିଙ୍କ ଉପରେ ବିଭାଗୀୟ ତଦନ୍ତ ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣ ରେ ଦାବି ଜୋର ଧରିଛି l ବିଜେଡି ପାଣ୍ଠିକୁ ଅର୍ଥ ଦେଇ ପ୍ରମୋସନ ପ୍ରତାପ ଶତପଥି ନେଇଛନ୍ତି ବୋଲି ସେଚ ସଦନ ରେ ଚର୍ଚ୍ଚା ହେଉଛି l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ ଶତପଥି ଙ୍କ ଉପରେ ଆହୁରି ସଂଗୀନ ତଥ୍ୟ ହସ୍ତଗତ ହୋଇଛି ତାହା ପରବର୍ତୀ ସଂଖ୍ୟା ରେ ପ୍ରକାଶ ପାଇବ

Leave a Reply

Your email address will not be published. Required fields are marked *