ମୁଖ୍ୟ ଖବର

ଜଗତସିଂହପୁର ଜଳସମ୍ପଦ ବିଭାଗର ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥିର ଖୋଲୁଛି ଗୁମର ପେଡି

ଭୁବନେଶ୍ୱର : ଜଳସମ୍ପଦ ବିଭାଗ ରେ ସ୍ଵଛତା ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭାଗରେ କିଛି ଯନ୍ତ୍ରୀଙ୍କ ଦୁର୍ନୀତି ଖୋର ଓ ନାରୀ ଲାଳସା କାର୍ଯ୍ୟ ଯୋଗୁ ସରକାରଙ୍କ ଯୋଜନା ବାଟବଣା ହେଉଛି l ମିଳିଥିବା ଖବର ଅନୁସାରେ ଜଗତସିଂହପୁର ଜଳସମ୍ପଦ ଡିଭିଜନ ରେ ପୂର୍ବତନ ରଙ୍ଗିଲା ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥି କୋଟିକୋଟି ଟଙ୍କାର ମିଥ୍ୟା ବିଲ କରି ବିଜେଡି ପାଣ୍ଠିକୁ ଅର୍ଥ ଯୋଗାଇ ନିଜର ପଦବୀ କୁ ସୁରକ୍ଷିତ ରଖିଥିଲେ l ସେ ଆଦାୟ କରୁଥିବା ପିସି ରୁ କିଛି ସୁନ୍ଦରୀ ଯୁବତୀଙ୍କ ପଛରେ ଉଡାଇ ମଉଜ ମସ୍ତି କରୁଥିଲେ ଏବଂ ସେହି ଉଦଣ୍ଡି ଯୁବତୀ ପ୍ରତାପ କୁ ସୁରକ୍ଷା ଦେବାକୁ ଆଗଭର ହେଉଥିଲେ l ଯାହାଫଳରେ ଜଗତସିଂହପୁର ରେ କେନାଲ ଖୋଳା, ଦଳ ସଫା, କେନାଲ ବନ୍ଧ ନିର୍ମାଣ ଓ ମରାମତି ରେ ପ୍ରତାପ ଶତପଥି କୋଟିକୋଟି ଟଙ୍କା ଲୁଟ କରି ଥିବାର ଅଭିଯୋଗ ହେଉଛି l ଜଗତସିଂହପୁର ଜିଲାରେ ଦେବୀନଦି ଆଡି ବନ୍ଧ ନିର୍ମାଣ ରେ ଲକ୍ଷ ଲକ୍ଷ ଟଙ୍କା ଯନ୍ତ୍ରୀ ପ୍ରତାପ ଶତପଥି ହଡପ କରିଥିବାର ଅଭିଯୋଗ ହେଉଛି l ଏବେ ଅଧିକ୍ଷଣ ଯନ୍ତ୍ରୀ ରୁ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୋଇଥିବା ପ୍ରତାପ ଶତପଥିଙ୍କ କଣ୍ଡୁ ଦୋଷ ପ୍ରବଳ ମାତ୍ରାରେ ବଢ଼ି ଯାଇ ଥିବାରୁ ଏକ ବାଡେଇ ଯୁବତୀ ସହିତ ଭିତିରି ଅନୈତିକ ସମ୍ପର୍କ ରଖି ଥିବାର ଖବର ଚର୍ଚ୍ଚା ହେଉଛି l ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ପରି ଗଞ୍ଜାମ ରେ କାର୍ଯ୍ୟ ରତ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରସିକିଆ ପ୍ରତାପ ଶତପଥି ର ଗୁମର ପେଡି ଖୋଲିବାରେ ଲାଗିଛି l ଜଗତସିଂହପୁର ଜିଲ୍ଲା ରେ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥି ଅଳଙ୍କା ନଦୀ ସଫେଇ କାର୍ଯ୍ୟ ଓ ଖନନ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଠିକାଦାର ମାନଙ୍କ ଠାରୁ ପିସି ନେଇ ରାଜଧାନୀ ଭୁବନେଶ୍ୱର ରେ ୧୨ଟି ପ୍ଲଟ ଓ ଢେଙ୍କାନାଳ ରେ ଏକର ଏକର ଜମି କିଣି ଥିବାର ଖବର ହସ୍ତଗତ ହୋଇଛି l ଗଞ୍ଜାମ ରେ ଥିବା ଏହି ଟାଉଟର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ ଶତପଥି ୨କୋଟି ଟଙ୍କା ଦେଇ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତିଙ୍କ ମାଧ୍ୟ୍ୟମ ରେ ଦୁର୍ନୀତି କରି ରାଜ୍ୟ ରାଜକୋଷ କୁ ଖୋଳ କରିଛନ୍ତି ତାହାର ତଦନ୍ତ ହେବା ଦରକାର ବୋଲି ଜଗତସିଂହପୁର ର ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି l ବାଲିକୁଦା ରେ ଅବସ୍ଥାପିତ ଏସଡିଓ ଜେନା ବାବୁ ଙ୍କ କହିବା କଥା ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥି ଦେବୀ ନଦୀ ରେ ପଥର ପ୍ୟାକିଙ୍ଗ ନାମରେ ଲକ୍ଷଧିକ ଟଙ୍କା ହଡପ କରିଛନ୍ତି l ଲୋୟର ଶୁକତେଲ ର ମୁଖ୍ୟ ଯନ୍ତ୍ରୀ ସୁନୀଲ ରାଉତଙ୍କ ଠାରୁ ପ୍ରତାପ ଶତପଥି ର ଅଧିକ ବେନାମୀ ସମ୍ପତି ରହିଛି l ଭିଜିଲାନ୍ସ ବିଭାଗ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଯନ୍ତ୍ରୀ ପ୍ରତାପ ଶତପଥିଙ୍କ ଉପରେ ତଦନ୍ତ କରିବାକୁ ଜିଲ୍ଲା ବୁଦ୍ଧିଜୀବୀ ଫୋରମ ପକ୍ଷରୁ ଦାବି କରାଯାଇଛି l ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ, ସରକାରୀ ଅର୍ଥ ଲୁଟେରା ରଙ୍ଗିଲା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରତାପ ଶତପଥି ର ବହୁ ଗୁପ୍ତ ତଥ୍ୟ ହସ୍ତଗତ ହେବାରେ ଲାଗିଛି ତାହା ପୁଣି ପ୍ରକାଶିତ ହେବ l

Leave a Reply

Your email address will not be published. Required fields are marked *