ଦେଶ- ବିଦେଶ

ଚୀନ ଆକାଶରୁ କୀଟପତଙ୍ଗ ବର୍ଷା

ବେଜିଂ : ଚୀନର ରାଜ୍ୟ ଲିଆଓନିଙ୍ଗରେ ଏକ ଅଜବ ଧରଣର ବର୍ଷା ହେଉଛି । ବର୍ଷା ଏପରି ହୋଇଛି ଯେ ସେଠାରେ ଆକାଶରୁ କୀଟପତଙ୍ଗ ଖସି ପଡୁଛନ୍ତି। ଆକାଶମାର୍ଗରୁ ଖସି ଆସୁଥିବା କୀଟପତଙ୍ଗର କିଛି ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ପାର୍କିଂ ହୋଇଥିବା କାର୍ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କୀଟପତଙ୍ଗରେ ଆଚ୍ଛାଦିତ ହୋଇଥିବା ବେଳେ ରାସ୍ତାରେ କୀଟପତଙ୍ଗ ପଡ଼ିଥିବା ଦେଖିବାକୁ ମିଳୁଛି । ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର ଅଧିକାରୀମାନେ ଲୋକମାନଙ୍କୁ ବାହାରକୁ ବାହାରିଲେ ଛତା ନେଇ ବାହାରିବାକୁ କହିଛନ୍ତି । ମାତ୍ର ଚୀନ ଗଣମାଧ୍ୟମରେ ଏ ସଂପର୍କରେ କୌଣସି ରିପୋର୍ଟ ନଥିବାରୁ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ ।ଏହି ଅଜବ ଘଟଣା ପଛର କାରଣ ସାମ୍ନାକୁ ଆସିନାହିଁ । ଚୀନ ସରକାର ଏ ନେଇ କୌଣସି ବୟାନ ଜାରି କରିନାହାନ୍ତି । ତେବେ ଏହା ପଛରେ ଭିନ୍ନ ଭିନ୍ନ କାରଣ ଦର୍ଶାଯାଉଛି। କେହି କେହି ବିଶ୍ୱାସ କରନ୍ତି ଯେ ସେମାନେ ଚୀନରେ ବହୁଳଭାବେ ଦେଖାଯାଉଥିବା ପୋପଲାର (ବୈଜ୍ଞାନିକ ନାମ ପୋପୁଲସ ଲାସିଓକାରପା)  ଫୁଲର କଢ ହୋଇପାରନ୍ତି । ଏହା ସେହି ସ୍ଥାନର ବହୁତ ଲୋକପ୍ରିୟ ବୃକ୍ଷ ଅଟେ । ଏହା ମଞ୍ଜିରେ ଭରପୂର ଏବଂ ଯେତେବେଳେ ଏହାର କଢ ପଡିଥାଏ, ତାହା ପ୍ରାୟତଃ ଏକ କୀଟ ପରି ଦେଖାଯାଇଥାଏ । ଆଉ କେତେକ କହୁଛନ୍ତି ଯେ ଏହା ଆସପେନ ଗଛର ମଞ୍ଜି ।  ବସନ୍ତ ଋତୁରେ ଏହି ଗଛର ମଞ୍ଜି ଖସିପଡ଼ିଥାଏ ।

Leave a Reply

Your email address will not be published. Required fields are marked *