ରାଜ୍ୟ

ଶନିବାର କେନ୍ଦୁଝରର ସମସ୍ତ ସ୍କୁଲ ଛୁଟି: ପିଲାଙ୍କ ଛୁଟି, ଶିକ୍ଷକ ରହିବେ ଉପସ୍ଥିତ

କେନ୍ଦୁଝର : ବାତ୍ୟା ଦୁର୍ବଳ ହୋଇଛି ସତ ହେଲେ ବିପଦ ଟଳିନି। ଏବେ ବି ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ବର୍ଷାର ଭୟ ଅଛି। ଏ ନେଇ ରେଡ ଆର୍ଲଟ ମଧ୍ୟ କରାଯାଇଛି। ପାଣିପାଗ ପୂର୍ବାନୁମାନ କହୁଛିଯେ, ଶନିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପୂର୍ବ ଆକଳନ ଅନୁଯାୟୀ କେନ୍ଦୁଝର ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି। ଜିଲା ଶିକ୍ଷା ବିଭାଗ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରଛି।ସେହିପରି ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ତେବେ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ ରହିବେ ବୋଲି ଆଦେଶ ଜାରି ହୋଇଛି। ସମସ୍ତ ସ୍କୁଲ ଛୁଟି ରହିବ ବୋଲି ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।ତେବେ କେବଳ କେନ୍ଦୁଝର ନୁହେଁ ଭଦ୍ରକ,ବାଲେଶ୍ୱରରେ ମଧ୍ୟ ସ୍କୁଲଗୁଡ଼ିକ ଛୁଟି ରହିବ।ସୂଚନା ଅନୁଯାୟୀ, ଭଦ୍ରକରେ ଶନିବାର ସବୁ ସ୍କୁଲ-କଲେଜ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ। ସରକାରୀ ସହ ବେସରକାରୀ ସ୍କୁଲ ମଧ୍ୟ ବନ୍ଦ ରହିବ ବୋଲି ଡିଇଓ ଚିଠିରେ କହିଛନ୍ତି। ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି। ସେହିପରି ବାଲେଶ୍ୱରରେ ସ୍କୁଲଗୁଡିକ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ନିଷ୍ପତ୍ତି ନିଆଯାଇଛି। କେନ୍ଦୁଝରରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ତେଣୁ ସବୁ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି।

Leave a Reply

Your email address will not be published. Required fields are marked *