ମୁଖ୍ୟ ଖବର

ଦୁର୍ନୀତିଖୋର ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବ ନାହିଁ ସରକାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତିଖୋର ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବ ନାହିଁ ସରକାର। ଦୁର୍ନୀତି ନିବାରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିଜିଲାନ୍ସ ବିଭାଗ ୪ ମାସରେ ଅନେକ କାମ କରିଛି। ୬ ଜଣ ଚିଫ ଇଞ୍ଜିନିୟର ଜେଲରେ ଅଛନ୍ତି। ଅନେକ କ୍ଲାସ ୧ ଅଫିସର ଜେଲରେ ଅଛନ୍ତି। ୬ କେଜି ସୁନା ଗହଣା ଜବତ ହୋଇଛି। ଏହା ଫିଲ୍ମର ଟ୍ରେଲର ଚାଲିଛି ଫିଲ୍ମ ବାକି ଅଛି। ଏଣେ ଏହି ଅବସରରେ ୫ ‘ଟି’ ଦୁର୍ନୀତି କଥା ଉଠାଇବାକୁ ବି ଭୁଲିନାହାନ୍ତି ମୁଖ୍ୟମନ୍ତ୍ରୀ।ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ। ଏହାଛଡ଼ା ଭିଜିଲାନ୍ସ ବିଭାଗରେ ୮ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ। ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ନିୟୋଜିତ ହେବେ । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ବି ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *