ମୁଖ୍ୟ ଖବର

କୋଟିକୋଟି ଟଙ୍କାର ଦୁର୍ନୀତି କରିଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣ ଦଳେଇ ବନ୍ଧା ହେବେ କେବେ?

ଭୁବନେଶ୍ୱର : ଯାଜପୁର ଜିଲାରେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ବର୍ତ୍ତମାନ ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣ ଦଳେଇ କୁ କାର୍ଯ୍ୟରୁ ବହିଷ୍କାର ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ପାଣିକୋଇଲି ଡିଭିଜନ ରେ ରହି କେଳେଙ୍କାରୀ କରୁଥିବା ଯନ୍ତ୍ରୀ ଦଳେଇ ବାବୁଙ୍କ ଗୁମର ଖୋଲିବାରେ ଲାଗିଛି l ଦୁର୍ନୀତିର ମହାନାୟକ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ମିଥ୍ୟା ର ସୌଦାଗର ବୋଲି ଯନ୍ତ୍ରୀ ସତ୍ୟନାରାୟଣ ଖୁରା ଆମର ପ୍ରତିନିଧିଙ୍କୁ କହିଛନ୍ତି l ମିଳିଥିବା ତଥ୍ୟରୁ ଜଣାପଡିଛି ଯେ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାରେ ବିଭିନ୍ନ ବିଭାଗରେ ମିଛ ବିଲ୍ କରି କୋଟି କୋଟି ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଆସୁଛି। ସେଥିମଧ୍ୟରେ ପୂର୍ତ୍ତ ଡିଭିଜନ୍‌ରେ ଟେଣ୍ଡର କେଳେଙ୍କାରୀ ଅନ୍ୟତମ। ପାଣିକୋଇଲି ଡିଭିଜନ୍‌ରେ ଗୋଟିଏ ଟେଣ୍ଡର ନୋଟିସ୍‌ରେ ୪୩ଟି ପ୍ରକଳ୍ପ ପାଇଁ ୫ କୋଟି ୨ଲକ୍ଷ ୭୫ ହଜାର ଟଙ୍କା ବ୍ୟୟବରାଦ ହୋଇଛି। କେବଳ ସେତିକି ନୁହେଁ, ଏହି ଗୋଟିଏ ଟେଣ୍ଡର କଲ୍ ନୋଟିସ୍‌ରେ ୧୧୫ଟି ଗୁପ୍ତ ଟେଣ୍ଡର ହୋଇଛି। ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ପାଣିକୋଇଲି ପୂର୍ତ୍ତ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଗତ ମାର୍ଚ୍ଚ ୪ ତାରିଖ (ଆଦେଶ ସଂଖ୍ୟା-୨୧୦୨/ ଟେଣ୍ଡର ନୋଟିସ ନଂ-୫୮) ରେ ୧୧୫ଟି କାର୍ଯ୍ୟ ପାଇଁ ଟେଣ୍ଡର ନୋଟିସ୍ କରିଥିଲେ। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟକୁ ୫ ଲକ୍ଷ ଟଙ୍କାରୁ କମ୍ କରାଯାଇ ଯୋଜନାବଦ୍ଧ ଭାବେ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ ଏକାଧିକ ଅଫ୍ ଲାଇନ୍ (ଗୁପ୍ତ ଟେଣ୍ଡର) କରାଯାଇଥିଲା। ଜହ୍ନl ଛକ ଠାରୁ ଫାୟାର ଷ୍ଟେସନ୍ ଛକ ରାସ୍ତାରେ ୧୦ଟି ଓ ମିଲିଟାରି ଛକଠାରୁ ବଙ୍ଗଳା ପର୍ଯ୍ୟନ୍ତ ରାସ୍ତାରେ ୯ଟି, ଖଜୁରିନାଳୁଆ-ପୂର୍ବକୋଟ ରାସ୍ତା ଓ ଦାନଗଦୀ ଠାରୁ ବାଙ୍ଗରକୋଟା ପର୍ଯ୍ୟନ୍ତ ରାସ୍ତାରେ ୮ଟି ଲେଖାଏଁ, ଟମକା- ମଙ୍ଗଳପୁର, ମାନଗୋବିନ୍ଦପୁର ସେତୁ, ଫୁଲଝରଠାରୁ ବାଙ୍ଗରକୋଟା, ଚୋରଦା-ଡୁବୁରି ରାସ୍ତା, ଗଣେଶ ବଜାରଠାରୁ ଶ୍ରୀମା ଅରବିନ୍ଦ ସ୍କୁଲ ଭାୟା ମୁଣ୍ଡମାଳ ଓ ଆମ୍ବାସରା ଛକଠାରୁ ଢେଙ୍କାନାଳ ହରିଲୁଟ୍ ସୀମା ପର୍ଯ୍ୟନ୍ତ ରାସ୍ତାରେ ୫ଟି ଲେଖାଏଁ ଗୁପ୍ତଟେଣ୍ଡର କରାଯାଇଛି। ୪ଟି ଲେଖାଏଁ ଗୁପ୍ତ ଟେଣ୍ଡର ସୁକିନ୍ଦା ଅଶୋକଝର, ବିଆର୍‌ପିଏଲ ଛକଠାରୁ ରାବଣା ଓ ରଗଡ଼ି ପଲିଟେକ୍‌ନିକରେ ହୋଇଛି। ମିଲିଟାରି ଛକଠାରୁ ବଙ୍ଗଳା ଓ ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟଠାରୁ ଗୋଶାଳାଛକ ରାସ୍ତାରେ ୩ଟି ଲେଖାଏଁ ଗୁପ୍ତ ଟେଣ୍ଡର ହୋଇଛି। କୃଷି କାର୍ଯ୍ୟାଳୟ, ସବ୍ ଜେଲ୍ ଓ ବାଳମୁକୁଳି ବାଗମରା ରାସ୍ତାରେ ୨ଟି ଲେଖାଏଁ ଗୁପ୍ତଟେଣ୍ଡର କରାଯାଇଛି। ଏସବୁ ପ୍ରକଳ୍ପରେ କେବଳ ମରାମତି ପାଇଁ ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ଉଲ୍ଲେଖ ଅଛି। ସବୁଠାରୁ ବଡ଼କଥା ହେଲା, ଟମକା- ମଙ୍ଗଳପୁର ରାସ୍ତା ମରାମତି ପାଇଁ ୨୬ ଡିସେମ୍ବର ୨୦୨୩ରେ ୯୨ ଲକ୍ଷ ୨୦ ହଜାର ଟଙ୍କାର ଅନ୍‌ଲାଇନ୍ ଟେଣ୍ଡର ହୋଇଥିଲା। ପୁଣି ୨ ମାସ ପରେ ସେହି ରାସ୍ତାର ମରାମତି ପାଇଁ ୨୦୨୪ ମାର୍ଚ୍ଚ ୪ ତାରିଖରେ ୧୮ ଲକ୍ଷ ୭୪ ହଜାର ଟଙ୍କାର ୫ଟି ଅଫ୍ ଲାଇନ୍ ଟେଣ୍ଡର କରାଯାଇଛି। ସାଧାରଣତଃ ୫ ଲକ୍ଷରୁ ଅଧିକ ଟଙ୍କାର କାର୍ଯ୍ୟ ହେଲେ ଅନ୍‌ଲାଇନ୍ ଟେଣ୍ଡର ପାଇଁ ନିୟମ ଅଛି। ଏଠାରେ କିନ୍ତୁ ପ୍ରତ୍ୟେକ ଅଫ୍ ଲାଇନ୍ ବା ଗୁପ୍ତ ଟେଣ୍ଡର ମୂଲ୍ୟ ୪ ଲକ୍ଷରୁ ଅଧିକ ଟଙ୍କା ରହିଛି। ୧୮ଟି ନିର୍ଦ୍ଦିଷ୍ଟ ପ୍ରକଳ୍ପରେ ଏକାଧିକ ଗୁପ୍ତ ଟେଣ୍ଡର ଗୋଟିଏ ଟେଣ୍ଡର କଲ୍ ନୋଟିସରେ କାମ କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନ ପୂର୍ବରୁ ସରକାରୀ ଅର୍ଥ ହରିଲୁଟ୍‌ ପାଇଁ ଯୋଜନାବଦ୍ଧ ଭାବରେ ଏହା ଅଧିକ୍ଷଣ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ କରି ଥିବାର ଅଭିଯୋଗ ହୋଇଛି।ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ବିଜେଡି କୁ ନିର୍ବାଚନ ପାଣ୍ଠି ଯୋଗାଇବା ପାଇଁ ଗୁପ୍ତ ଟେଣ୍ଡର କରି ସରକାରୀ ଅର୍ଥ କୁ ହରିଲୁଟ କରିଛନ୍ତି l ଏହି ଡକାୟତ ଯନ୍ତ୍ରୀ ପୂର୍ଣ୍ଣ ଦଳେଇ ଉପରେ କଠୋର କାର୍ଯ୍ୟନୁଷ୍ଠାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେବାକୁ ସାଧାରଣ ରେ ଦାବି ହେଉଛି l

Leave a Reply

Your email address will not be published. Required fields are marked *