ପାନୀୟ ଜଳଯୋଗାଣ କର୍ମଚାରୀଙ୍କ ସଂଘ କାର୍ଯ୍ୟାଳୟ ଯାନ୍ତ୍ରିକ ଭବନର ପଞ୍ଚଦଶ ବାର୍ଷିକ ପ୍ରତିଷ୍ଠାଦିବସ ସମାରୋହ
ଭୁବନେଶ୍ଵର : ରାଜ୍ୟର ସହରାଞ୍ଚଳ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ପ୍ରତିନିଧୂତ୍ବ କରୁଥୁବା ଶ୍ରମିକ ସଂଗଠନ ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ, ଓଡ଼ିଶାର ମୁଖ୍ୟ କାର୍ଯ୍ୟାଳୟ ‘ଯାନ୍ତ୍ରିକ ଭବନ’’ର ପଞ୍ଚଦଶ ବାର୍ଷିକ ପ୍ରତିଷ୍ଠା ଦିବସ ସମାରୋହ ଉତ୍ସବ ତା.୧୧ ୧୧.୨୪ରିଖରେ ଭୁବନେଶ୍ୱରସ୍ଥ ସତ୍ୟନଗରଠାରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ମୁଦୁଲି ଅତିଥୁମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିବା ପରେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଡଃ. ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ପୌରହିତ୍ୟରେ ସମାରୋହ ଉତ୍ସବକୁ ମାନ୍ୟବର ମୁଖ୍ୟ ଅତିଥୁ ପ୍ରଦୀପ ଜଳାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମାରୋହ ଉତ୍ସବରେ ସୁଦକ୍ଷ ଇଂଜିନିୟର୍ ଶ୍ରୀଯୁକ୍ତ ଗୁରୁଚରଣ ଦାଶଙ୍କୁ ତାଙ୍କ ଦକ୍ଷତା ନିମିତ୍ତ ସଂଘ ପକ୍ଷରୁ ସ୍ଥିରିକୃତ ଯାନ୍ତ୍ରିକ ସମ୍ମାନ-୨୦୨୪ ପ୍ରଦାନ ଜରୀଆରେ ସମ୍ମାନିତ ଓ ସମ୍ବଦ୍ଧିତ କରାଯାଇଥିଲା । ସୁଦକ୍ଷ ଇଞ୍ଜିନିୟର ଶ୍ରୀଯୁକ୍ତ ପାରେଶ୍ୱର ଜେନାଙ୍କୁ ଇଂ. କାହ୍ନୁଚରଣ ମହାପାତ୍ର ଦକ୍ଷତା ସମ୍ମାନ ଏବଂ ସାଂଗଠନିକ ଦକ୍ଷତା ନିମିତ୍ତ ଦକ୍ଷ ସଂଗଠକ ଭାବେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକଙ୍କୁ ପ୍ରତାପ ମିଶ୍ର ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବା ସହିତ ଚାକିରୀରୁ ଅବସର ନେଇଥିବା ସଂଘର କର୍ମକର୍ତ୍ତା ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ସୁଶିଲ କୁମାର ପଢ଼ିଆରୀ, ପ୍ରଭାକର ପାଣିଗ୍ରାହୀ, ଅଭୟ କୁମାର ଦ୍ବିବେଦୀ, ପ୍ରଦୀପ କୁମାର ପାତ୍ର, ବିଶ୍ବମ୍ବର ରାଉତ ପ୍ରମୁଖଙ୍କୁ ଉତ୍ତରୀୟ ପ୍ରଦାନ ଜରୀଆରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସମାରୋହ ଉତ୍ସବରେ ମାନ୍ୟବର ମନ୍ତ୍ରୀ, ମାନ୍ୟବର ବିଧାୟକ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଭ୍ରାତୃପ୍ରତିମ ସଂଗଠନ ମାନଙ୍କର ନେତୃତ୍ବ ତଥା ବିଭାଗୀୟ କର୍ମକର୍ତ୍ତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜଳ ଯୋଗାଣର କର୍ମଚାରୀ ତଥା ଯାତ୍ତ୍ୱିକ ସଂଘର ଏତାଦୃଶ ପଦକ୍ଷେପ ପ୍ରତି ସାଧୁବାଦ ଜଣାଇଥିଲେ । ସମାରୋହ ଉତ୍ସବ ପରୀପେକ୍ଷୀରେ ଯାନ୍ତ୍ରିକ ଭବନ ପରିସରରେ ଜେମିନି ଲାୟନ୍ସ କ୍ଲବ, ଭୁବନେଶ୍ଵର ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବାର ଆୟୋଜନ କରାଇଥିଲା । କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ଶତାଧ୍ଵ ଜଳ ଯୋଗାଣ କର୍ମଚାରୀ ପ୍ରତିନିଧ୍ୟ ଯୋଗ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ଅଶୀଳ କୁମାର ବ୍ରହ୍ମ ଧନ୍ୟବାଦ ଦେଇଥିବା ବିଷୟ ସାଧାରଣ ସମ୍ପାଦକ ଶ୍ରୀ ଅଶୋକକୁମାର ମୁଦୁଲିଙ୍କ ଠାରୁ ପ୍ରକାଶ ।