ପାଟଣା ଅଞ୍ଚଳର ଯୁବ ଶିଳ୍ପପତି ଙ୍କ ପିତୃ ବିୟୋଗ
କେନ୍ଦୁଝର : ପାଟଣା ଅଞ୍ଚଳ ର ଯୁବ ଶିଳ୍ପପତି ବିବେକାନନ୍ଦ ଦାଶ ଓ ଅରବିନ୍ଦ ଦାଶ ଙ୍କ ପିତା କୀର୍ତ୍ତନ ବିହାରୀ ଦାଶ ଙ୍କ 82 ବର୍ଷ ବୟସରେ ବିୟୋଗ ଘଟିଛି।କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟ କାମେଶ୍ୱରପୁର ଗ୍ରାମର ବାସିନ୍ଦା କୀର୍ତ୍ତନ ବିହାରୀ ଦାଶ ଶନିବାର ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପାଟଣା ଡାକ୍ତରଖାନା କୁ ଆଣିଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତ୍ରି ୯ ଟା୪୫ ମିନିଟ ସମୟରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା।ତାଙ୍କ ଅନ୍ତିମ ସମୟରେ ବଡ଼ପୁଅ ତଥା ଶିଳ୍ପପତି ବିବେକାନନ୍ଦ ଦାଶ ଓ ସାନପୁଅ ଅରବିନ୍ଦ ଦାଶ ,ଦୁଇ ପୁତ୍ର ବଧୂ,ଦୁଇ ଝିଅ ଗୀତାଞ୍ଜଳି ପାଣି,ପୁଷ୍ପାଞ୍ଜଳି ଦାଶ,ବଡଭାଇ, ଈଶ୍ୱର ଚନ୍ଦ୍ର ଦାଶ, ସାନଭାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ଙ୍କ ସହିତ ସପରିବାର ଉପସ୍ଥିତ ଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଦାଶ ପ୍ରଥମେ ପୁଲିସ ବିଭାଗ ରେ ଏ ଏସ ଆଇ ଭାବେ କାର୍ଯ୍ୟ କରୁଥିଲେ।1978 ମସିହାରେ ଆନନ୍ଦପୁର ସବଡିଭିଜନ ଅନ୍ତର୍ଗତ ବାନ୍ଧଗୋଡା ବାତ୍ୟା ରେ ଅନେକ ଲୋକଙ୍କ ଙ୍କ ଜୀବନ ହାନି ହୋଇଥିଲା।ଏହି ବାତ୍ୟାରେ ଲୋକଙ୍କ ଦୁଖଃ ଦୁର୍ଦ୍ଦଶା ଦେଖି ମନ ବିଚଳିତ ହୋଇଯାଇଥିଲା।ସେ ପୁଲିସ ଚାକିରୀ ଛାଡି ସମାଜ ସେବାରେ ନିୟୋଜିତ ହୋଇଥିଲେ।ସେହି ଦିନଠାରୁ ସେ ବିଭିନ୍ନ ସାମାଜିକ ସଂଗଠନ, ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହିବା ସହିତ ଗରିବ ଲୋକଙ୍କୁ ସାହାଯ୍ୟ କରି ଆସୁଥିଲେ।ତାଙ୍କ ବିୟୋଗରେ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ମୃତ୍ୟୁ ରେ ପାଟଣା ବଣିକ ସଙ୍ଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପାଟଣା ବଜାରକୁ 2 ଘଣ୍ଟା ପାଇଁ ବନ୍ଦ ରଖା ଯାଇଥିଲା।ତାଙ୍କ ମୃତ୍ୟୁ ଖବର ପାଇ କେନ୍ଦୁଝର ସାଂସଦ ଅନନ୍ତ ନାଏକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ,ପୂର୍ବତନ ବିଧାୟକ ହୃଷିକେଶ ନାଏକ,କଂଗ୍ରେସର ବରିଷ୍ଠ ନେତା ବିନୋଦ ବିହାରୀ ନାଏକ,ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ସମାଜ ସେବି ଅଜୟ କୁମାର ଦାଶ, ସନାତନ ଦାଶ, ଲକ୍ଷ୍ମଣ କୁମାର ଦାଶ, ଅରୁଣ କୁମାର ମିଶ୍ର, ପାଟଣା ସାମ୍ବାଦିକ ସଙ୍ଘ ସମ୍ପାଦକ ବିଜୟ ରତ୍ନ ପତି, ଉପସଭାପତି ରଞ୍ଜନ କୁମାର ବାରିକ ପ୍ରମୁଖଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।