ସମ୍ପାଦକୀୟ

ଆଇଏଏସ ଅଫିସର ‘ବିଷ୍ଣୁ’ ବଢ଼ାଇଲେ ମୋହନଙ୍କ ଅଡୁଆ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲେଣି। ରାଜ୍ୟ ସରକାରଙ୍କ ପ୍ରମୁଖ ତିନୋଟି ବିଭାଗର ସଚିବ ଥାଇ ଟେଣ୍ଡର ଫିକ୍ସିଂରେ ନାଁ ଆସିବା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଥା କହୁଥିବା ରାଜ୍ୟ ସରକାର, ଏହାକୁ ଅତି ଗୁରୁତର ସହ ନେଇ ସିବିଆଇର ପଦକ୍ଷେପ ଉପରେ ନଜର ରଖିଛନ୍ତି। ସେପଟେ ସମନକୁ ବେଖାତିର କରୁଥିବାରୁ ସିବିଆଇ ଯେ, କୌଣସି ମୁହୂର୍ତ୍ତରେ ବିଷ୍ଣୁଙ୍କ କବାଟ ବାଡେଇ ପାରେ କିମ୍ବା ସିବିଆଇ ଅଫିସକୁ ଘୋଷାଡିପାରେ। ବଡ କଥା ହେଉଛି, ବିଷ୍ଣୁପଦଙ୍କ ବିରୋଧରେ ସିବିଆଇ ହାତରେ ରହିଛି ମାଳମାଳ ଅଭିଯୋଗ । ହେଲେ, ଏଯାଏଁ ସେ କାହିଁକି ହାଜର ହେଉନାହାନ୍ତି ତାହା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। ଗୋଟିଏ ପଟେ ହାଜର ହେବା ପାଇଁ ସିବିଆଇ ଦେଇଥିବା ଡେଡଲାଇନ ସରି ସରି ଆସୁଛି। ଅନ୍ୟପଟେ ହାଜର ନହୋଇ ଲୁଚକାଳି ଖେଳୁଛନ୍ତି ବାବୁ। ଗଣମାଧ୍ୟମ ସାମନାକୁ ବି ଆସୁନାହାନ୍ତି। ବିନା ଟେଣ୍ଡରରେ ଜଣେ ସଚିବ କାହିଁକି ହାତକାଟି କୋଟି କୋଟି ଟଙ୍କାର କାମ ପାଇଁ ବାଣ୍ଟୁଥିଲେ, ସେ ନେଇ ସନ୍ଦେହ ବଢ଼ିଛି। ଏବେ ଆଶ୍ରମ ସ୍କୁଲର ରୂପାନ୍ତର ପାଇଁ ବିଭିନ୍ନ ନିର୍ମାଣକାରୀ ସଂସ୍ଥାକୁ ନିଜେ ଚିଠି ଲେଖି ପ୍ଲାନ ଓ ଡିଜାଇନ ମାଗିବା ବଡ କେଳେଙ୍କାରୀ ଆଡକୁ ଇସାରା କରୁଛି।ବିଷ୍ଣୁପଦ ସିବିଆଇରେ ହାଜର ହୋଇନଥିଲେ ବି ପ୍ରମାଣ ସଂଗ୍ରହରେ ଲାଗିଛି ସିବିଆଇ। ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନର ଆଉ ଦୁଇ କର୍ମଚାରୀଙ୍କୁ ଡାକି ପଚରାଉଚୁରା କରିଛନ୍ତି ତଦନ୍ତକାରୀ ଅଧିକାରୀ। କାହିଁକି ନା ବିଷ୍ଣୁପଦଙ୍କ ସହ ମିଟିଂ କରିବାକୁ ଗତ ୪ ତାରିଖରେ ଚିଠି ଲେଖିଥିଲେ କମ୍ପାନୀର ଜିଏମ। ଆଉ ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନର ଜିଏମ କହିଛନ୍ତି କେବଳ ବିଷ୍ଣୁପଦ ନୁହଁନ୍ତି ଏକାଧିକ ଆଇଏଏସଙ୍କ ସହ ହୋଇଛି ମିଟିଂ। ସତ ପଚାରିବାରୁ ଚିହିଁକି ଉଠିଥିଲେ ବାବୁ।ସେଶ୍ପାଲ ସିଜେଏମ ସିବିଆଇ କୋର୍ଟରେ ତିନି ଅଭଯୁକ୍ତ ଜାମିନ ଆବେଦନ କରିଥିବାବେଳେ, ଶୁକ୍ରବାରକୁ ଶୁଣାଣି ରହିଛି। ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା ଝାରପଡା ଜେଲକୁ ଯାଇଛନ୍ତି । ଟେଣ୍ଡର ଫିକ୍ସି ଓ ୧୦ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ରିମାଣ୍ଡରେ ନନେଇ, ଝାରପଡା ଜେଲକୁ ଯାଇ ପଚରାଉଚୁରା କରିପାରେ ଏହି ସିବିଆଇ ଦିଲ୍ଲୀ ଟିମ୍। ଏବେ ଆଗକୁ କାହା କାହାକୁ ସମନ ଜାରି କରିବ ସିବିଆଇ ସେ ନେଇ ବ୍ୟୁରୋକ୍ରାଟଙ୍କ ଛାତି ଧଡଧଡ।

Leave a Reply

Your email address will not be published. Required fields are marked *