ମୁଖ୍ୟ ଖବର

ଦୁର୍ନୀତିଗ୍ରସ୍ତ ଅଧିକ୍ଷଣ ଯନ୍ତ୍ରୀ ପ୍ରଭୂଦତ ପ୍ରଧାନଙ୍କୁ ଦରଦ କାହିଁକି ?,

ଭୁବନେଶ୍ୱର : ଦୁର୍ନୀତିର ମାଷ୍ଟର ମାଇଣ୍ଡ ଅଧିକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନକୁ ପୂର୍ତ୍ତ ବିଭାଗର କେଉଁ ଅଧିକାରୀ ଭୁବନେଶ୍ୱର ୧ ଡିଭିଜନ ରେ ନିଯୁକ୍ତି ପାଇଁ ସୁପାରିସ କଲେ ତାହାକୁ ନେଇ ଯନ୍ତ୍ରୀ ମହଲରେ ଚର୍ଚ୍ଚା ହେଉଛି l ଅଧିକ୍ଷଣ ଯନ୍ତ୍ରୀ ନିଜକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟ ସମ୍ପର୍କୀୟ କହି ଉପରିସ୍ଥ ଅଧିକାରୀ ମାନଙ୍କୁ ବେ ଖାତିରି କରି ଆସୁଥିଲେ ବୋଲି ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଦଳେଇ କହିବୁଲୁଛନ୍ତି l ଭୁବନେଶ୍ୱର ସଚିବାଳୟ ସବ ଡିଭିଜନ ର ଏସଡିଓ ଥିବା ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ବେ ଆଇନ ସମ୍ପତ୍ତି ଠୁଳ କରିଥିବାର ଚର୍ଚ୍ଚା ହେଉଛି l ସଚିବାଳୟ ସବ ଡିଭିଜନରେ ଏସଡିଓ ପ୍ରଭୁଦତ୍ତ ପ୍ରଧାନ ବଦଳରେ କ୍ୟାସିୟର ରବି ପ୍ରଧାନର ରାଜ ସବୁବେଳେ ଚାଲିଆସୁଛି l ପିସି ମାଷ୍ଟର ରବି ପ୍ରଧାନ ମାଧ୍ୟ୍ୟମରେ ଏସଡିଓ ପ୍ରଭୁଦତ୍ତ ପ୍ରଧାନ ଲକ୍ଷ ଲକ୍ଷ ଟଙ୍କା ଠିକାଦାର ମାନଙ୍କ ଠାରୁ ଆଦାୟ କରିଥାଏ l ନିକମା ଓ ଭ୍ରଷ୍ଟାଚାରି ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ ସଚିବ ଓ ମନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଭୁବନେଶ୍ୱର ଡିଭିଜନ -୧ ରେ ନିଯୁକ୍ତି ପାଇଛନ୍ତି l ଏଠାରେ ପ୍ରଶ୍ନ ଉଠୁଛି ଭୁବନେଶ୍ୱର ରେ ଏସଡିଓ ରହି ଅଫିସକୁ ଆସୁନଥିବା ପ୍ରଭୁ ଦତ୍ତ କୁ କଣ ପିସି ଆଦାୟ କରିବାକୁ ଭୁବନେଶ୍ୱର ଡିଭିଜନ -୧ ରେ ନିଯୁକ୍ତି ଦିଆଯାଇଛି l ସରକାରୀ ଅର୍ଥ ଲୁଟେରା ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନକୁ କଳାହାଣ୍ଡି, କୋରାପୁଟ କୁ ବଦଳି ନ କରି ତାକୁ ଭୁବନେଶ୍ୱର ରେ ରଖିବାରେ ହାତ କାହାର ବୋଲି ଯନ୍ତ୍ରୀ ଅର୍ଜୁନ ବେହେରା ପ୍ରଶ୍ନ ଉଠାଇଛନ୍ତି l ଜନସାଧାରଣଙ୍କ ଅର୍ଥ ଲୁଟି ବଡ଼ ବାବୁ ମାନଙ୍କୁ ସନ୍ତୁଷ୍ଟ କରୁଥିବା ଅପାରଗ ଯନ୍ତ୍ରୀ କୁ ତୁରନ୍ତ ଭୁବନେଶ୍ୱର ଡିଭିଜନରୁ ହଟାଇବା ଉଚିତ ବୋଲି ରାୟଗଡା ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଅମ୍ବିକେୟ ମିଶ୍ର ମତବ୍ୟକ୍ତ କରିଛନ୍ତି l ସୁବିଧାବାଦୀ, ଦୁର୍ନୀତିଖୋର ଯନ୍ତ୍ରୀ ପ୍ରଭୁଦତ ପ୍ରଧାନ ନିଜକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋଇଁ ପୁଅ କହି ସବୁ ଠିକାଦାର ମାନଙ୍କଠାରୁ ପିସି ଆଦାୟ କରୁଥିଲେ ମଧ୍ୟ୍ୟ କେହି ପାଟିଖୋଲିବାକୁ ସାହସ କରିପାରୁନାହାନ୍ତି ବୋଲି ଠିକାଦାର ସଦାଶିବ ବେହେରା କହିଛନ୍ତି l ଅପାରଗ, ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନକୁ ନୂଆ ସରକାର ତୁରନ୍ତ ଭୁବନେଶ୍ୱର ଡିଭିଜନ ରୁ ହଟାଇବା ଦରକାର ନଚେତ ସେହି ଡିଭିଜନ ରେ ଏସଡିଓ ଥିବା ଏହି ଯନ୍ତ୍ରୀ ଅଧିକ କାମ ବଦଳରେ ଅଧିକ ଦୁର୍ନୀତି କରିବ ବୋଲି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସତ୍ୟନାରାୟଣ ଖୁରା ମତ ପ୍ରକାଶ କରିଛନ୍ତି l ସୂଚନା ଯୋଗ୍ୟ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରିବାକୁ ଗଲେ ଅଫିସରେ ଦେଖ ମିଳିନଥାଏ, ସଚିବାଳୟ ଭିତରେ ଆଶିଷ ସିଂ, ପାଣ୍ଡିଆନ ର ବୋଲକରା ସାଜି ପିସି ଆଦାୟ କରି ବିଜେଡି ନେତାମାନଙ୍କୁ ଦେଇଥାନ୍ତି ଯନ୍ତ୍ରୀ ପ୍ରଧାନ ବାବୁ ବୋଲି ଏକ କର୍ମଚାରୀ ନିଜ ନାମ ଗୋପନ ରଖି ଆମର ପ୍ରତିନିଧିଙ୍କୁ କହିଛନ୍ତି l ଦୁର୍ନୀତିଗ୍ରସ୍ତ ତଥା ଡକାୟତ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ରୁ ହଟାଇବାକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି ଭୁବନେଶ୍ୱର ସଚେତନ ନାଗରିକ ପରିଷଦ l

Leave a Reply

Your email address will not be published. Required fields are marked *