ଭୁବନେଶ୍ବର-ମଧ୍ୟ ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି ଆଉ ନାହାନ୍ତି
ଭୁବନେଶ୍ବର: ପରଲୋକରେ ଭୁବନେଶ୍ବର-ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ତାଙ୍କର ନିଧନ ହୋଇଛି। ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।ସେ ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯୁବାବସ୍ଥାରୁ ସେ ରାଜନୀତିରେ ସକ୍ରିୟ ଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।