ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘ(ଓ.ପି.ଡି.ସି.ଇ.ୟୁ.) ଡାକରାରେ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭୁବନେଶ୍ଵର: ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଓଡ଼ିଶା ସରକାରଙ୍କ ଏକ ନିଗମ,ଯେଉଁଥରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶତାଧ୍ଵକ କର୍ମଚାରୀ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଅନେକ କର୍ମଚାରୀ ଅତ୍ୟନ୍ତ ସ୍ଵଚ୍ଛ ବେତନରେ ଶେଷ ପର୍ଯନ୍ତ ଠିକାରେ କାମ କରି ଅବସର ଗ୍ରହଣ କରୁଛନ୍ତି ।ବର୍ଷ ବର୍ଷ ଧର ଠିକା କର୍ମଚାରୀମାନେ ନିଗମ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କର ଦାବି ଜଣାଇ ଆସିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥୁପ୍ରତି ସାମାନ୍ୟତମ କର୍ଣ୍ଣପାତ କରୁନାହାଁନ୍ତି।ସେଥିପାଇଁ
କର୍ମଚାରୀମାନେ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘ (ଓ.ପି.ଡି.ସି.ଇ.ୟୁ) ଗଠନ କରି ଏହାର ନେତୃତ୍ବରେ ବିଭିନ୍ନ ସମୟରେ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ମେବତନ ପ୍ରଦାନ କରିବା ଏବଂ ଅବସର ଗ୍ରହଣ ସମୟରେ ସର୍ବନିମ୍ନ ୩ ମାସର ଦରମା ପ୍ରଦାନ କରିବା ଆଦି ଦାବିରେ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରି ଆସିଛନ୍ତି।ମାତ୍ର କର୍ତ୍ତୃପକ୍ଷ ବାରମ୍ବାର ଆଲୋଚନାକୁ ଡାକୁଥିଲେ ମଧ୍ୟ କୌଣସି ଦାବି ପୂରଣ କରି ନାହାଁନ୍ତି ।ସେଥିପାଇଁ ନିଗମର କର୍ମଚାରୀ ସଂଘ ପକ୍ଷରୁ ଜାନୁଆରୀ ୬ ତାରିଖ ଦିନ ନିଗମ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଜାନୁଆରୀ ୨୦ ତାରିଖ ମଧ୍ୟରେ ଦାବି ପୂରଣ ନ ହେଲେ ୨୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଧର୍ମଘଟର ଡାକରା ଦିଆଯାଇଥିଲା ।ଏହି ଉପଲକ୍ଷେ ୨୦ ତାରିଖରେ ଓ.ପି.ଡି.ସି. କର୍ତ୍ତୃପକ୍ଷ ତଥା ମ୍ୟାନେଜିଙ୍ଗ ଡାଇରେକ୍ଟର ତାଙ୍କ ଚାମ୍ବରକୁ ଡାକି ସ୍ପଷ୍ଟ ଭାବରେ ମନା କରିଦେଇଥିଲେ କି ମୁଁ କିଛି କରିପାରିବି ନାହିଁ । କାରଣ, ନିଗମର ବୋର୍ଡ଼ ଅଫ୍ ଡାଇରେକ୍ଟର ବୈଠକ ଚେୟାରମ୍ୟାନ ନିଯୁକ୍ତ ନ ହୋଇଥିବା କାରଣରୁ ବସି ପାରୁନାହିଁ । ସମସ୍ତ କର୍ମଚାରୀ ଓପିଡିସି ୟୁନିୟନର ଧାରଣାରେ ବସିଥିବା ବେଳେ ଓ.ପି.ଡି.ସି.ର ମୁଖ୍ୟ କାର୍ଯ୍ୟାଳୟରେ ରାତି ଅଧୁଆ ଓ ତରବରିଆ ଭାବେ ଓ.ପି.ଡି.ସି. ମ୍ୟାନେଜମେଣ୍ଟରା ଅନ୍ୟ ଏସ୍.ଏଫ୍.ଟି. ମାନଙ୍କୁ ବିଭିନ୍ନ ତେଲଟାଙ୍କିକୁ ଚଳେଇବା ପାଇଁ ଅର୍ଡର କରିଛନ୍ତି । ଏଣୁ ଏହି ଅର୍ଡରକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଓ.ପି.ଡି.ସି. ୟୁନିୟନ୍ ଦାବି କରୁଛି । ତୁରନ୍ତ ଅର୍ଡର ପ୍ରତ୍ୟାହାର କରି କର୍ମଚାରୀଙ୍କ ଦାବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ତେଣୁ ୟୁନିୟନର ପୂର୍ବ ନିଷ୍ପତ୍ତି ମୁତାବକ ତା ୨୧.୦୧.୨୦୨୫ରିଖ ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ କର୍ମଚାରୀମାନେ ନିଜ ନିଜର କର୍ମସ୍ଥଳୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାମ ବନ୍ଦ କରିବା ସହିତ ନିଗମର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ବୋଲି ଓଡ଼ିଶା ମତ୍ସ୍ୟ ଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘର ସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ଏବଂ ସାଧାରଣ ସମ୍ପାଦକ ବିପ୍ଳବ କୁମାର ଜେନା ଜଣାଇଛନ୍ତି ।