ଦେଶ- ବିଦେଶ

ବାସଭବନରୁ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରାଇ ନେଇଛନ୍ତି ଲୋକ-କଳାକାର: ତେଜ ପ୍ରତାପ

ପାଟନା: ହୋଲି ଉତ୍ସବ ବେଳେ ବୃନ୍ଦାବନରୁ ଆସିଥିବା ଲୋକ-କଳାକାରମାନେ ପାଟନାର ୩ ଷ୍ଟ୍ରାଣ୍ଡ୍‌ ରୋଡ୍‌ସ୍ଥିତ ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ଦାମୀ ସାମଗ୍ରୀ ଚୋରାଇ ନେଇଥିବା ଉଲ୍ଲେଖ କରି ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ସେମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଦେଇଛନ୍ତି।

ଅଭିଯୁକ୍ତ କଳାକାରମାନେ ହେଉଛନ୍ତି ଦୀପକ କୁମାର ଏବଂ ଆଉ ୫ଜଣ ବୋଲି ସ‌େ କହିଛନ୍ତି।

ମାର୍ଚ ୧୦ ତାରିଖ ଦିନ ସଚିବାଳୟ ଥାନରେ ଯାଦବଙ୍କର ଘନିଷ୍ଠ ସହଯୋଗୀ ମିସାଲ୍‌ ସିହ୍ନା ପଞ୍ଜୀକରଣର କରାଇଥିବା ଉକ୍ତ ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ମନ୍ତ୍ରୀଙ୍କ ଘରେ ହୋଲି ସମୟରେ କଳା ପରିବେଶଣ କରିବାକୁ ଡକାଯାଇଥିବା କଳାକାରମାନେ ମାର୍ଚ ୯ ତାରିଖରେ ଚୋରି କରି ବୃନ୍ଦାବନ ଚାଲିଯାଇଛନ୍ତି।

ଏଫ୍‌ଆଇଆର୍‌’ରେ ମିସାଲ୍‌ କହିଛନ୍ତି ଯେ, ବାସଭବନରେ ଚୋରି ହୋଇଥିବା କଥା ସନ୍ଦେହ କରି ତେଜ ପ୍ରତାପ ଉକ୍ତ ଲୋକ-କଳାକାରଙ୍କୁ ପଚରା ଉଚରା ବି କରିଥିଲେ।

ସଚିବାଳୟ ଥାନା ଭାରପ୍ରାପ୍ତ ଅଧିକାରୀ ଭଗିରଥ ପ୍ରସାଦ ସୁନିଶ୍ଚିତ କରି କହିଛନ୍ତି ଯେ, ତେଜ ପ୍ରତାପଙ୍କ ସହଯୋଗୀ ‘ଏଫ୍‌ଆଇଆର୍‌’ ଦାଏର କରିଛନ୍ତି। କିନ୍ତୁ, ବୃନ୍ଦାବନର ଲୋକ-କଳାକାରମାନେ ଚୋରାଇ ନେଇଥିବା ସାମଗ୍ରୀ ବିଷୟରେ ସେଥିରେ କିଛି ‌ଉଲ୍ଲେଖ ନାହିଁ।

ପୁଲିସ ସମଗ୍ର ଘଟଣାର ତଦଦନ୍ତ କରୁଥିବା କଥା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *