ରାଜନୀତି

ଆପଣ ପ୍ରଧାନମନ୍ତ୍ରୀ, ବିଧାତା ନୁହନ୍ତି: କଂଗ୍ରେସ

ନୂଆଦିଲ୍ଲୀ: ସରକାରଙ୍କ ନୀତିକୁ ସମାଲୋଚନା କରିବା କ‌େବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି ବୋଲି ରବିବାର ଦିନ କଂଗ୍ରେସ ରାହୁଲ୍‌ ଗାନ୍ଧୀଙ୍କୁ ପରୋକ୍ଷରେ ବିଦ୍ରୂପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ପଚ‌ାରିଛି।

କର୍ଣ୍ଣାଟକରେ କଂଗ୍ରେସ ନେତା ପବନ ଖେରା କହିଛନ୍ତି, ଆପଣଙ୍କ ନୀତିକୁ ସମାଲୋଚନା କରିବା କେବେଠାରୁ ଦେଶକୁ ସମାଲୋଚନା କରିବାରେ ପରିଗଣିତ ହେଲାଣି? ଆପଣ ସାମାନ୍ୟ ଜଣେ ପ୍ରଧାନମନ୍ତ୍ରୀ, ଆପଣ ଦେଶ ନୁହନ୍ତି କି, ବିଧାତା ଅଥବା ସୃଷ୍ଟିକର୍ତ୍ତା ନୁହନ୍ତି।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଇଂଲଣ୍ଡ୍‌ ଗସ୍ତରେ ଥିବା ବେଳେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଇଂଲଣ୍ଡ୍‌ରେ ରାହୁଲ୍‌ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ରର ବିଭବ ସବୁ ବିପଦଗ୍ରସ୍ତ ହୋଇପଡ଼ିଛି।

ରାହୁଲ୍‌ଙ୍କ ଟିପ୍ପଣୀକୁ ୧୨ଶ ଶତାବ୍ଦୀର ସମାଜ ସଂସ୍କାରକ ବାସବେଶ୍ବର, କର୍ଣ୍ଣାଟକବାସୀ, ମହାନ୍‌ ଭାରତୀୟ ପରମ୍ପରା ଓ ଭାରତର ନାଗରିକମାନଙ୍କ ପ୍ରତି ଅପମାନ ବୋଲି ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକରେ ରବିବାର ଦିନ ପ୍ରଧାନମନ୍ତ୍ରୀ କହିଥିଲେ।

ଏହାର କିଛି ସମୟ ପରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ କହିଲା ଯେ, ପ୍ରଧାନମନ୍ତ୍ରୀ ହିଁ ଗଣତନ୍ତ୍ରକୁ ବିପଦଗ୍ରସ୍ତ କରାଉଛନ୍ତି। ସେଥିପାଇଁ ଗଣତନ୍ତ୍ର ଉପରେ ଆଲୋଚନା ହେଉଛି।

କଂଗ୍ରେସ ଗଣମାଧ୍ୟମ ଓ ପ୍ରଚାର ବିଭାଗର ମୁଖ୍ୟ ପବନ ଖେରା କହିଛନ୍ତି, ଏ ଦେଶର ବୟୋଜ୍ୟେଷ୍ଠ ଓ ପୂର୍ବଜମାନଙ୍କୁ ଗାଳିଗୁଲଜ କରି ପ୍ରଧାନମନ୍ତ୍ରୀ ୯ ବର୍ଷ ନଷ୍ଟ କରିଛନ୍ତି। ଗତ ୭୦ ବର୍ଷରେ କିଛି ହୋଇ ନ ଥିବା କଥା କହି ଆପଣ ୩ ପିଢ଼ିଙ୍କୁ ଅପମାନ ଦେବା ବେଳେ ଦେଶର ମର୍ଯ୍ୟାଦା ପ୍ରତି ଧ୍ୟାନ ଦେଲେ ନାହିଁ। ଆତ୍ମପ୍ରଶଂସା କରି ସଂସଦରେ କହିଲେ, ‘ଏକା ମାଧିଆ ବାଇଶ ପଳ’ । ଦୁନିଆ ଏକଥା ଶୁଣି ହସୁଛି।

Leave a Reply

Your email address will not be published. Required fields are marked *