ମୁଖ୍ୟ ଖବର

ପୁଲିସ ବାରାକ୍‌ରୁ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘୁ.ଉଦୟଗିରି: କିଛି ମାସର ବ୍ୟବଧାନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଜଣେ ପୁଲିସ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ କନେଷ୍ଟବଳଙ୍କ ନାମ ଶ୍ରୀନିବାସ ଘଟାଲ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ କର୍ତ୍ତବ୍ୟରତ କନଷ୍ଟେବଳ ଶ୍ରୀନିବାସ ଘଟାଲ ଟିକାବାଲି ଥାନାରେ ମୁତୟନ ଥିଲେ। ତାଙ୍କର ମୃତଦେହ ଉପର ମହଲା ବାରାକର ଏକ କୋଠରୀରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ପରିସ୍ଥିତି ଯଦିଓ ଏହା ଆତ୍ମହତ୍ୟା ଭଳି ଲାଗୁଛି, ତଥାପି ଘଟଣାର ତଦନ୍ତ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାସ୍ଥଳରେ ଘୁ.ଉଦୟଗିରି ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟରେ ଘଟଣା ବିଷୟରେ ପୁଲିସ ଅଧିକାରୀ ମୁଁହ ଖୋଲୁନାହାନ୍ତି।ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ପୁଲିସ ଆତ୍ମହତ୍ୟା କରିବା ୭ ମାସ ମଧ୍ୟରେ ଦ୍ୱିତୀୟ ଘଟଣା। ଗତ ଅଗଷ୍ଟ ୨୭ତାରିଖ ଦିନ ଘୁ.ଉଦୟଗିରି ଥାନାର ମହିଳା ଏସଆଇ ସ୍ୱାଗତିକା ବେହେରା ନିଜ ସରକାରୀ ବାସଭବନରେ ନିଜ ବେକରେ ଚୁନି ଲଗେଇ ଆତ୍ମହତ୍ୟା ଘଟଣାର କାରଣ କଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଆଜି ଟିକାବାଲି ଥାନାରେ କାର୍ଯ୍ୟରତ୍ତ ଜଣେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ବେଶ ଆଲୋଡନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *