ମୁଖ୍ୟ ଖବର

ବିରୋଧି ଦଳ ନେତାଙ୍କୁ ଭେଟିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା

ଭୁବନେଶ୍ବର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ନ୍ୟାୟ ପାଇଁ ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ଜୟନାରାୟଣ ମିଶ୍ରଙ୍କୁ ଭେଟି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ନିବେଦନ କରିଛନ୍ତି ସୋମଲିକା।
ଏହାପରେ ସୋମାଲିକା କହିଛନ୍ତି, ବାରମ୍ବାର ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ ବି ନ୍ୟାୟ ମିଳୁନି। ଦୋଷୀ ଖୋଲାରେ ବୁଲୁଛି। ଯିଏ ଦୋଷୀ ସେ ଖୋଲା ବୁଲୁଛି, ଆଉ ମୁଁ କୋର୍ଟ, ପୁଲିସ ଚକ୍କରରେ ପଡ଼ିଛି। ୯ ମାସ ଲାଗିଲା କେସ ରେଜିଷ୍ଟର ହେଲାଣି। ଆଉ ତାପରେ ୧୯ ଦିନ ହେଲା ସେ ଫାଙ୍କା ବୁଲୁଛି। ବିଜେଡିର ସମସ୍ତେ କ୍ଲିନ୍ ଚିଟ୍ ତ। ସେ ବିଜେଡି ବିଧାୟକ ସେଥିଲାଗି ଦଣ୍ଡ ପାଉନାହାନ୍ତି। ମୋ ପାଖରେ ସବୁ ପ୍ରମାଣ ଥିବା କଥା ବାରମ୍ବାର କହିଲେ ବି ତାଙ୍କୁ କିଛି ଦଣ୍ଡ ମିଳୁନି।ଉଲ୍ଲେଖଯୋଗ୍ୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପ୍ରେମିକା ସୋମାଲିକା ଦାଶଙ୍କର ମାଜିଷ୍ଟ୍ରେଟଙ୍କ ନିକଟରେ ସିଆର୍ପିସି ଧାରା-୧୬୪ ଅନୁସାରେ ବୟାନ େରକର୍ଡ କରାଯାଇଛି। ଘଟଣା ସମ୍ପର୍କରେ ପୂର୍ବରୁ ପୁଲିସ ନିକଟରେ ଯେଉଁ ବୟାନ ଦେଇଥିଲେ, ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ସୋମାଲିକା ଗୋଟିଗୋଟି କରି ସବୁ ତଥ୍ୟ ଉପସ୍ଥାପନ କରିଛନ୍ତି।
ବୟାନ ରେକର୍ଡ ପରେ ସୋମାଲିକା କୋର୍ଟରୁ ବାହାରିବା ପରେ ନିଜ ପ୍ରତିକ୍ରିୟାରେ ସୋମାଲିକା କହିଥିଲେ, ବିଧାୟକ ବିଜୟ ଶଙ୍କର ଦାସଙ୍କୁ ତୁରନ୍ତ ଗିରଫ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବେ।
ଅନ୍ୟପକ୍ଷରେ, ମାମଲା ରୁଜୁ ପରେ ବିଜୟ ଶଙ୍କରଙ୍କ ଅଡ଼ୁଆ ବଢ଼ିବ ବୋଲି କୁହାଯାଉଛି। କାରଣ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ପୁଲିସର ପ୍ରାଥମିକ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି।

Leave a Reply

Your email address will not be published. Required fields are marked *