ମୁଖ୍ୟ ଖବର

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଳସେଚନ ବିଭାଜନ କ୍ୟାସିୟର

ବାଲେଶ୍ବର: ଜିଲ୍ଲା ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କ୍ୟାସିୟର ପ୍ରଦୀପ୍ତ ରାଉତ ଆଜି ସନ୍ଧ୍ୟାରେ ଜଣେ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ୫ ହଜାର ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଜଳେଶ୍ବରର ଲୋକନାଥ ଜେନା ନାମକ ଜଣେ ଠିକଦା‌ରଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ। ବାଲେଶ୍ବର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ କ୍ୟାସିୟର ଶ୍ରୀ ରାଉତଙ୍କୁ ଗିରଫ କରିବା ସହ ତାଙ୍କ କାର୍ଯ୍ୟାଳୟରେ ଚଢ଼ା‌ଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ୍‌ କରୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *