ଅପରାଧ

୨ ପୁଅ, ସ୍ତ୍ରୀଙ୍କ ସହ ଡାକ୍ତରଙ୍କ ଆତ୍ମହତ୍ୟା

ଚେନ୍ନାଇ, ତାମିଲନାଡ଼ୁର ଚେନ୍ନାଇସ୍ଥିତ ଆନ୍ନା ନଗର ଅଞ୍ଚଳରେ ଗୁରୁବାର ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ତଥା ସୋନୋଲୋଜିଷ୍ଟ ବାଲା ମୁରୁଗାନ (୫୨), ତାଙ୍କ ଆଇନଜୀବୀ ସ୍ତ୍ରୀ ସୁମାଥି(୪୭) ଏବଂ ତାଙ୍କର ୨ ପୁଅ ଜଶଓ୍ବନ୍ତ କୁମାର (୧୮) ଏବଂ ଲିଙ୍ଗେଶ କୁମାର (୧୬) ନିଜ ଘରର ୨ଟି ଅଲଗା ବଖରାରେ ରଶିରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଗୁରୁବାର ସକାଳେ ବାଲା ମୁରୁଗାନଙ୍କ ଡ୍ରାଇଭର ତାଙ୍କ ଘରେ ପହଞ୍ଚିଥିଲା, ତେବେ କେହି ମଧ୍ୟ କବାଟ ନ ଖୋଲିବାରୁ ତାଙ୍କୁ ସନ୍ଦେହ ହୋଇଥିଲା। ଏନେଇ ସେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚେନ୍ନାଇରେ ଥିବା ଅନେକ ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ରକୁ ବାଲା ମୁରୁଗାନ ଚଳାଉଥିଲେ ଏବଂ ସେ ବହୁ ଋଣରେ ବୁଡ଼ି ରହିଥିଲେ ବୋଲି ପୋଲିସ ସୂଚନା ଦେଇଛି

Leave a Reply

Your email address will not be published. Required fields are marked *