ପୁରୁଷୋତ୍ତମପୁର ବ୍ଲକର ତାରାତାରିଣୀ ଛକ ତନଭି ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ପୁରୁଷୋତ୍ତମପୁର: : ତାରାତାରିଣୀ ଛକ ତନଭି ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ କାମ ରାଜୁ ସାବତ,ଅନୁଷ୍ଠାନ ର ସଭାପତି ଶ୍ରୀ ଅନନ୍ତ ସାବତ, ଙ୍କ ମିଳିତ ସଂଯୋଜନା ରେ ବହୁ ଧୂମଧାମରେ ପାଳିତ ହୋଇଯାଇଛି | ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ତଥା ଭାଟ କୁମାରଡା ଗୋଷ୍ଟି ସ୍ଵାସ୍ତ୍ୟ କେନ୍ଦ୍ର ର ଇନଚାର୍ଜ ପ୍ରଫେସର ମନୋଜ ଦାଶ , ମୁଖ୍ୟ ବକ୍ତା ଭାବେ ତାରା ତାରିଣୀ କଲେଜ ର ଅଧ୍ୟାପକ ସମୀର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଭାଟ କୁମରଡା ଆଦର୍ଶ ବିଦ୍ୟଳୟ ର ଅଧକ୍ଷା ଶ୍ରୀମତୀ ରଶ୍ମିତା ସାହୁ, ସମାଜ ସେବି ତଥା ଖଲ୍ଲିକୋଟ ବିଧାୟକ ପ୍ରତିନିଧି ଶ୍ରୀ କୋରନାଥ ସ୍ୱାଇଁ, ରଜୋ ନାଲ ସେକେଣ୍ଡେରୀ ସ୍କୁଲ ଗିରି ସୋଲା ଓଡ଼ିଆ ଅଧ୍ୟାପକ ଶ୍ରୀ ତ୍ରିଲୋଚନ ଦାଶ,ଆଙ୍ଗୁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ ପଟନାୟକ, ଛତ୍ରପୁର ଉପଜିଲ୍ଲାପାଳ ଙ୍କ ଅଫିସ ର ଅବସର ପ୍ରାପ୍ତ ସେକ୍ସନ ଅଧିକାରୀ ଶ୍ରୀ ଅଖିଳ କୁମାର ସାବତ ,ସି ଆର ସି ଶ୍ରୀ ଦେବେନ୍ଦ୍ର ସେଠୀ ସମେତ ବହୁ ପୂର୍ବତନ କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ଥିଲେ | ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶ ଓ ମା ସରସ୍ବତୀଙ୍କ ଠାରେ ଦୀପ ପ୍ରଜ୍ବଳନ ଓ ବନ୍ଦନା କରି ସଭା କାର୍ଯ୍ୟ କୁ ଆରମ୍ଭ କରାଯାଇଥିଲା |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନଜୀତ ଶତପଥି ଅତିଥିଙ୍କର ପରଚୟ ପ୍ରଦାନ କରି ବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ | ଓ ଅନୁଷ୍ଠାନର ସମ୍ପଦକଶ୍ରୀ ନୀଳମାଧବ ସାବତ ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସ୍ୱାଗତ କରିଥିଲେ |ମୁଖ୍ୟ ବକ୍ତା ଶ୍ରୀ ସମୀର କୁମାର ମିଶ୍ର ତାଙ୍କର ଉଦବୋଧନରେ ସେ ସତ୍ୟବାଦୀ ବନବିଦ୍ୟାଳୟ ର ଉଦାହରଣ ଦେଇ ଛାତ୍ର ଛାତ୍ରୀ ମାନଙ୍କରଉଜ୍ଜ୍ୱଳଭବିଷ୍ୟତ କାମନା ସହିତ ଅଭିଭାବକଙ୍କୁ ପିଲାମାନଙ୍କୁ ଭଲ ମଣିଷଟିଏ ଗଢିବା ପାଇଁ ଗୁରୁତ୍ୱାରୋପ କରିଥିଲେ | ଏବଂ ସମସ୍ତ ଛାତ୍ର, ଛାତ୍ରୀ ନିଜ ମାତୃ ଭାଷା ସହିତ ଇଂରେଜ ଭାଷା କୁ ଗୁରୁତ୍ୱ ଦେବାକୁ କହିଥିଲେ | ସମ୍ମାନିତ ଅତିଥିଶ୍ରୀତ୍ରିଲୋଚନ ଦାଶ ପିଲାମାନଙ୍କୁ ଶିକ୍ଷା ସହ ଦୀକ୍ଷା ମଧ୍ୟ ଜରୁରୀ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଖାଇଥିଲେ | ଭବିଷ୍ୟତ ଓ ଉତ୍ତମ ଚରିତ୍ର ପାଇଁ ବିଭିନ୍ନ ଗୁରୁମନ୍ତ୍ର ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ବିଦ୍ୟଳୟ ତଥା ଛାତ୍ର ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସମସ୍ତ ପିଲାମାନେ ଭଲ ପାଠ ପଢି ବାପା,ମାଆ ଓ ଦେଶ ଜାତିର ନାଁ ରଖିବା ସହିତ ଭଲ ମଣିଷ ହେବାକୁ କାମନା କରିଥିଲେ |ତାପରେ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁମାନପତ୍ର,ଫଳକ ବିତରଣ କରିଥିଲେ |ଶେଷରେ ବିଦ୍ୟାଳୟର ଶିକ୍ଷକ ଓ ଶକ୍ଷୟିତ୍ରୀଙ୍କର ଦ୍ୱାରା ପରିଚାଳନାରେ ଛାତ୍ର ଛାତ୍ରୀଙ୍କ ନୃତ୍ୟ ଓ ସଂଗୀତ ରେ ଉପସ୍ଥିତ ଅଭିଭାବକ ଓ ଦର୍ଶକ ମାନେ ଭାବ ବିଭୋର ହୋଇ ଯାଇଥିଲେ |ଏହି ବାର୍ଷିକ ଉତ୍ସବରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶକ୍ଷୟିତ୍ରୀ ମାନେ ସପୂର୍ଣ୍ଣ ସହଯୋଗ କରିଥିଲେ | ତତ ସହିତ ସ୍କୁଲର ସମସ୍ତ ସଦସ୍ୟ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ |ସର୍ଵ ଶେଷରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଏବଂ ସମସ୍ତ ସ୍କୁଲ ଷ୍ଟାଫଅନୁଷ୍ଠାନ ଦ୍ୱାରା ଆୟୋଜିତ ରାତ୍ର ଭୋଜନ ରେ ସାମିଲ ହୋଇ ଘରକୁ ଫେରିଥିଲେ |