ରାଜନୀତି

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ,

ଭୁବନେଶ୍ୱର,: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଲିମିଟେସନ ବୈଠକ ଡକାଇଥିବାରୁ ସେଥିରେ ବିଜେଡିର ଯୋଗଦାନ ସମ୍ମତି ରାଜନୀତିକୁ ଉଷ୍ମ କରିଛି। ଏହା ପୂର୍ବରୁ ନବୀନ ଦିଲ୍ଲୀ ଯାଇଛନ୍ତି। ଷ୍ଟାଲିନଙ୍କ ବୈଠକରେ ଯୋଗଦେବାକୁ ହଁ ମାରିବା ଓ ବିଧାନସଭାରେ କଂଗ୍ରେସକୁ ସମର୍ଥନ କରିବା, କେଉଁଠି ନା କେଉଁଠି ଭିନ୍ନ ସନ୍ଦେଶ ଦେଉଛି। ଚର୍ଚ୍ଚା ହେଉଛି, ନୂଆ ସମୀକରଣ ଆଡକୁ ମୁହାଁଉଛନ୍ତି କି ବିଜେଡି? ଅନ୍ୟପଟେ ଏହି ଚର୍ଚ୍ଚା ଚାଲିଥିବାବେଳେ ଏପଟେ ଭାଜପା ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି ।Naveen Patnaik’s Delhi Visit: DMK ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡିକୁ ସମାଲୋଚନା କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି,ଦର୍ପଣରେ ନିଜ ଛାଇ ଦେଖି ବିଜେଡିକୁ ଡର ଲାଗିଲାଣି। ଡିଲିମିଟେସନ ଯେଉଁ ନ୍ୟାୟିକ ପରିଧି ଭିତରେ ହେବା କଥା ହେବ। କିନ୍ତୁ ଡିଲିମିଟେସନ ହେବା ପୂର୍ବରୁ ବିରୋଧୀ ଏତେ ଛାନିଆ କାହିଁକି ହୋଇଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି? ଏପଟେ ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେଡି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ବି ସମଦୂରତା ବଜାୟ ରଖିଛି ବିଜେଡି।Naveen Patnaik’s Delhi Visit: ଚେନ୍ନାଇ ବୈଠକ କୌଣସି ଜାତୀୟ ମେଣ୍ଟ ତରଫରୁ ଡକାଯାଇ ନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିବାରୁ ସେଠାକୁ ବିଜେଡି ଯିବାରେ ଅସୁବିଧା କେଉଁଠି ବୋଲି ପ୍ରସନ୍ନ ପାଲଟା ପ୍ରଶ୍ନ କରିଛନ୍ତି। କଂଗ୍ରେସ କହିଛି ଯେ ପୂର୍ବରୁ ସମଦୂରତା ନୀତିରେ ରହିଥିବା ବିଜେଡିର ଆଭିମୁଖ୍ୟ ପରିବର୍ତ୍ତନ ହୋଇଥିବା ଆଭାସ ମିଳିସାରିଲାଣି।Naveen Patnaik’s Delhi Visit: ଆସନ୍ତା ୨୨ ତାରିଖରେ ଚେନ୍ନାଇ ବୈଠକରେ ସାମିଲ ହେବ ବିଜେଡି। DMK ପ୍ରତିନିଧି ନବୀନ ନିବାସରେ ନବୀନଙ୍କୁ ଭେଟି ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିବା ପରେ ଦଳ ସହମତି ପ୍ରକାଶ କରିଛି । ଏହାରି ଭିତରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି। ତେଣୁ ଷ୍ଟାଲିନଙ୍କ ବୈଠକକୁ ନବୀନ ଯିବେ କି ନାହିଁ, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।Naveen Patnaik’s Delhi Visit: ଯେଉଁ ସମୟରେ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସୀମା ପୁନଃର୍ନିଦ୍ଧାରଣକୁ ନେଇ ଜାତୀୟ ରାଜନୀତିରେ ସମୀକରଣ ବଦଳୁଛି । ସେପଟେ ପରାଜୟ ପରଠୁ ବିଜେଡିରେ ଅନିଶ୍ଚିତତା ଦେଖାଦେଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନବୀନ ଦିଲ୍ଲୀରେ ବାର୍ଗେନିଂ କରିବାକୁ ଯାଇ ଥାଇପାରନ୍ତି ବୋଲି କୁହାଯାଉଛି । କାରଣ ତେଣୁ ଦିଲ୍ଲୀରେ ଏନଡିଏ ସହ ଭିତିରି ସଂପର୍କ ରଖି ରାଜ୍ୟରେ ବିରୋଧ କରିପାରେ ବିଜେଡି । କିମ୍ବା କଂଗ୍ରେସର ହାଇକମାଣ୍ଡଙ୍କୁ ଭେଟି ବଡ଼ ଡିଲ କରିପାରନ୍ତି ନବୀନ । ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ଭାଜପା ଚାହୁଁଛି ଓଡିଶାରେ ବିଜେଡି ହିଁ ଦୁଇ ନମ୍ବର ଦଳ ରହୁ । କାରଣ କଂଗ୍ରେସ ବଢିଲେ ଭାଜପା ପାଇଁ ବଡ଼ ବିପଦ । ଏଭଳି ସ୍ଥଳରେ ନବୀନଙ୍କ ଦିଲ୍ଲୀ ଗସ୍ତ, ନୂଆ ରଣନୀତି ଆଡକୁ ଇସାରା କରୁଛି ।

Leave a Reply

Your email address will not be published. Required fields are marked *