ଦେଶ- ବିଦେଶ

ଇମ୍ରାନଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ସହ ସମର୍ଥକ ମୁହାଁମୁହିଁ

ଇସ୍‌ଲାମାବାଦ୍‌, : ପାକିସ୍ତାନ ରାଜୀନତିରେ ବତ୍ତର୍ମାନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। କିନ୍ତୁ ତାଙ୍କ ସମର୍ଥକମାନେ ଏକ ବିରାଟ ଜନସମାଗମ କରି ହଙ୍ଗାମା କରିଛନ୍ତି। ପୋଲିସ ସମ୍ମୁଖରେ ସମସ୍ତେ ଠେଙ୍ଗାବାଡ଼ି ଧରି ଠିଆ ହୋଇଯାଇଛନ୍ତି। ଫଳରେ ତାଙ୍କୁ ଗିରଫ କରିବା ପାଇଁ ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନାଯୋଗ୍ୟ, ଜଣେ ମହିଳା ବିଚାରପତିଙ୍କୁ ଧମକାଇବା ଏବଂ ତୋଶଖାନା ମାମଲାରେ କୋର୍ଟରେ ହାଜର ନ ହେବାକୁ ନେଇ ଇମ୍ରାନଙ୍କ ବିରୋଧରେ ୨ଟି ଜାମିନ ବିହୀନ ଗିରଫ ଓ୍ବାରେଣ୍ଟ ଜାରି କରାଯାଇଥିଲା। ତେବେ ମଙ୍ଗଳବାର ଏହି ମାମଲାରେ ଇସ୍‌ଲାମାବାଦ କୋର୍ଟ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଇମ୍ରାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ଓ୍ବାରେଣ୍ଟକୁ ସ୍ଥଗିତ ରଖିଛନ୍ତି। ଅନ୍ୟପଟେ ହେଲିକପ୍ଟର ଜରିଆରେ ଇସ୍‌ଲାମାବାଦ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ସୋମବାର ପହଞ୍ଚିଥିଲା। କିନ୍ତୁ ଇମ୍ରାନ ବହୁ ଚାଲାକି ସହ ନିଜ ଘରୁ ବାହାରି ଏକ ରାଲିକୁ ସମ୍ବୋଧିତ କରିବାକୁ ପଳାଇଥିଲେ। ମଙ୍ଗଳବାର ମଧ୍ୟ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଇମ୍ରାନଙ୍କ ବାସଭବନରେ ପହଞ୍ଚିଥିବା ବେଳେ ତାଙ୍କ ସମର୍ଥକମାନେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଠେଙ୍ଗାବାଡ଼ି ଧରି ନିଜ ନେତାଙ୍କ ସୁରକ୍ଷାରେ ପୋଲିସ ସମ୍ମୁଖରେ ଠିଆ ହୋଇ ପୋଲିସକୁ ଅଟକାଇଥିଲେ।

Leave a Reply

Your email address will not be published. Required fields are marked *