ମହାନଗର

ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ବର ପୁଲିସ୍‌ ଏହି ଥାନା ଅଧୀନ ଏକ ବସ୍ତିର ଯୁଧିଷ୍ଠିର ସୋରେନ୍‌ (୪୦)କୁ ଗିରଫ କରିଛି। ପୁଲିସ୍ ନାବାଳିକାର ଡାକ୍ତରୀମାଇନା କରାଇବା ସହ ଏନେଇ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

ପୁଲିସ୍‌ ସୂଚନା ମୁତାବକ, ଯୁଧିଷ୍ଠିର ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିବାକୁ ଦୀର୍ଘ ଦିନ ହେଲା ଚେଷ୍ଟା କରି ଆସୁଥିଲା। ଗତ ୧୨ତାରିଖ ଦିନ ନାବାଳିକାର ବାପା ଗାଁକୁ ଯାଇଥିବା ବେଳେ ପତ୍ନୀ ଓ ୪ ଝିଅ ଘରେ ଥିଲେ। ରାତି ପାଖାପାଖି ୯ଟା ବେଳେ ନାବାଳିକା ଓ ଅନ୍ୟ ତିନି ଭଉଣୀ ଘର ଆଗରେ ଖେଳୁଥିବା ଯୁଧିଷ୍ଠିର ଦେଖିଥିଲା। ସେ ତିନି ଭଉଣୀଙ୍କୁ ବିସ୍କୁଟ୍‌ ଦେଇ ଘରକୁ ପଠାଇଦେବା ପରେ ବଜାରରୁ ମୁଢ଼ି କିଣେଇଦେବା ନାଁ ଅନ୍ୟ ଜଣେ ନାବାଳିକାକୁ ନିଜ ସହ ନେଇ ଯାଇଥିଲା। ତେବେ ନାବାଳିକାଙ୍କୁ ଦୋକାନକୁ ନେବା ବଦଳରେ ନିକଟ ପଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ପାଟି କରିବାରୁ ତାକୁ ଧମକଚମକ ଦେଇଥିଲା। ହେଲେ ବାଟରେ ଯାଉଥିବା କିଛି ଲୋକ ନାବାଳିକାର କାନ୍ଦ ଶୁଣି ସେଠାକୁ ଯାଇଥିଲେ। ସେମାନେ ନାବାଳିକାକୁ ଉଦ୍ଧାର କରିବା ସହ ଯୁଧିଷ୍ଠିରକୁ ନିସ୍ତୁକ ମାଡ଼ ମାରି ମଞ୍ଚେଶ୍ବର ପୁଲିସ୍‌ ଜିମା ଦେଇଥିଲେ। ଏ ସଂପର୍କରେ ନାବାଳିକାର ପରିବାରଲୋକ ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ଯୁଧିଷ୍ଠିରକୁ କୋର୍ଟଚାଲାଣ କରିଛି।

Leave a Reply

Your email address will not be published. Required fields are marked *