ବିଶେଷ

ଭଗବାନ କୃଷ୍ଣଙ୍କୁ ଜ୍ବାଇଁ ଭାବେ ଗ୍ରହଣ କଲେ ଦମ୍ପତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଔରେୟାରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବତୀ ଭଗବାନ ଶ୍ରୀକୃଷ୍ଣଙ୍କ ସହ ବିବାହ କରିଛନ୍ତି। ପଣ୍ଡିତ ବିବାହ ମନ୍ତ୍ର ପଢ଼ି ରୀତିନୀତି ଅନୁସାରେ ବିବାହ ସଂପନ୍ନ କରିଛନ୍ତି। ଏହି ବିବାହରେ ଯୁବତୀଙ୍କ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଯୁବତୀଙ୍କ ଏହି ବିବାହ ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ବେଶ୍‌ ଖୁସି ଅଛନ୍ତି।

ମାଆବାପା ଏହି ବିବାହର ସମସ୍ତ ଆୟୋଜନ କରି ରୀତି ଅନୁସାରେ କନ୍ୟାଦାନ ବି କରିଛନ୍ତି। କନ୍ୟାପକ୍ଷ ଲୋକ ଭଗବାନ କୃଷ୍ଣଙ୍କୁ ନିଜ ଜ୍ବାଇଁ ଭାବେ ପାଇ ଖୁବ୍‌ ଆନନ୍ଦିତ ଅଛନ୍ତି। ସେମାନଙ୍କ କହିବା କଥା ହେଉଛି ଏବେ ଈଶ୍ବର ଯେତେବେଳେ ତାଙ୍କ ଜ୍ବାଇଁ ବନି ସାରିଛନ୍ତି ତ ସେମାନେ ଏବେ କୃଷ୍ଣଙ୍କୁ ଜ୍ବାଇଁ ଚର୍ଚ୍ଚା କରିବାରେ ଆଦୌ ବି ହେଳା କରିବେ ନାହିଁ।

ଏହି ନିଆରା ମାମଲା ହେଉଛି ଜିଲ୍ଲାର ମିଧୁନା ନଗରର। ସଂପୃ୍କ୍ତ ଅଞ୍ଚଳରେ ରହୁଥିବା ୩୦ ବର୍ଷୀୟା ଯୁବତୀ ରକ୍ଷା ଏମ୍‌ଏ କରିବା ପରେ ଏଲ୍‌ଏଲ୍‌ବି କରୁଛନ୍ତି। ଛୋଟ ବେଳରୁ ହିଁ ରକ୍ଷାଙ୍କ ଲଗ୍ନ କୃଷ୍ଣଙ୍କ ସହ ସ୍ଥିର ହୋଇଥିଲା। ରକ୍ଷା ପିଲାଦିନରୁ ହିଁ ମୀରାଙ୍କ ପରି କୃଷ୍ଣଙ୍କ ପାଇଁ ପଗଳୀ।

ତାଙ୍କ ବୟସ ବଢ଼ିବା ସହ ଯେତେବେଳେ ତାଙ୍କ ବାପାମାଆ  ବିବାହ ପ୍ରସଂଗ ଉଠାଇଲେ ତ ସେ କୃଷ୍ଣଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ରକ୍ଷା ବହୁତ ବୁଝାଇବା ପରେ ବାପାମାଆ ଶେଷରେ ଝିଅ ଜିଦ୍ ଆଗରେ ମୁଣ୍ଡ ନୁଆଁଇ କୃଷ୍ଣଙ୍କ ସହ ଝିଅକୁ ବାହା ଦେଇଛନ୍ତି।

Leave a Reply

Your email address will not be published. Required fields are marked *