ମହାନଗର

ବୈଜ୍ଞାନିକ ଜ୍ୟୋତ୍ରିମୟୀ ମହାନ୍ତିଙ୍କୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଜଣାଇଲା ଅଭିନନ୍ଦନ


ଭୁବନେଶ୍ୱର : ଭାବ ପରମାଣୁ ଗବେଷଣା କେନ୍ଦ୍ର, ମୁମ୍ବାଇରେ ଗବେଷଣାରତ ଓଡ଼ିଆ ବୈଜ୍ଞାନିକ ଜ୍ୟୋତ୍ରିମୟୀ ମହାନ୍ତି ହେଉଛନ୍ତି ଇଣ୍ଡିଆରୁ ଏକମାତ୍ର ବୈଜ୍ଞାନିକ ଯିଏ କି ଇଣ୍ଟରନେସନାଲ ୟୁନିଅନ୍ ଅଫ୍ ପିଓର୍ ଆଣ୍ଡ ଆପ୍ଲାଏଡ କେମେଷ୍ଟ୍ରୀ ଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।
ସେ ହେଉଛନ୍ତି ବିଶ୍ଵର ୧୨ ଜଣ ଶ୍ରେଷ୍ଠ ବୈଜ୍ଞାନିକ ମାନଙ୍କ ମଧ୍ୟରେ ଭାରତରୁ ଏକମାତ୍ର ବୈଜ୍ଞାନିକ। ଗତବର୍ଷ ୟୁନାଇଟେଡ୍ କିଙ୍ଗଡମ୍ ର ରୟାଲ ସୋସାଇଟି ଅଫ୍ କେମେଷ୍ଟ୍ରୀ ମଧ୍ୟ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତି ଙ୍କୁ ଏଫ୍. ଆର୍. ସି. ଏ ଫେଲୋସିପ ପୁରସ୍କାର, ସମ୍ମାନ ଓ ଉପାଧି ଦେଇଥିଲା, ଆଇ. ୟୁ. ପି. ଏ. ସି ଏବଂ ଏଫ୍. ଆର୍. ସି. ଏ ହେଉଛି ଦୁଇଟି ବିରଳ ଆର୍ନ୍ତଜାତୀୟ ପୁରସ୍କାର, ସମ୍ମାନ ଓ ଉପାଧି।
ବିଶ୍ବର ଦୁଇଟି ଆର୍ନ୍ତଜାତୀୟ ଗବେଷଣା ଅନୁଷ୍ଠାନ ଓଡ଼ିଆ ବୈଜ୍ଞାନିକ ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ଆର୍ନ୍ତଜାତୀୟ ପୁରସ୍କାର ସମ୍ମାନ ଓ ଉପାଧି ଦେଇଥିବାରୁ ଜଗତସିଂହପୁର ଜିଲ୍ଲା ସମେତ ସମଗ୍ର ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ,ଉତ୍ସାହ ଦେଖାଦେଇଛି।
ଶ୍ରୀମତି ଜ୍ୟୋର୍ତିମୟୀ ମହାନ୍ତି ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ର ତିତିରା ଗ୍ରାମ ନିବାସୀ ବୈଜ୍ଞାନିକ ରଶ୍ମି ରଞ୍ଜନ ମହାନ୍ତି ଙ୍କ ଧର୍ମପତ୍ନୀ। ଏବଂ କଟକ ଚାଉଳିଆଗଞ୍ଜ ର ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠ ନାଥ ପାତ୍ରଙ୍କର୍ ଝିଅ।

Leave a Reply

Your email address will not be published. Required fields are marked *