ଦେଶ- ବିଦେଶ

ତୁର୍କୀ, ସିରିଆ ପରେ ଥରିଲା ଓମାନ

ମସ୍କଟ, : ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପର କ୍ଷତ ପୂରଣ ହୋଇ ନ ଥିବା ବେଳେ ଏବେ ଥରି ଉଠିଛି ଓମାନ । ଓମାନର ବନ୍ଦର ସହର ଡୁକମରେ ୪.୧ ତୀବ୍ରତାର ଭୂକମ୍ପ ଆସିଥିବା ସୂଚନା ମିଳିଛି । ଏହି ସୂଚନା ସୁଲତାନ କବୁସ ବିଶ୍ୱବିଦ୍ୟାଳୟରେ ଭୂକମ୍ପ ସୂଚନା କେନ୍ଦ୍ର(ଇଏମସି) ଦେଇଛି । ରବିବାର କେନ୍ଦ୍ର ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି କି ଭୂକମ୍ପ ଡୁକମ ନିକଟରେ ଆସିଛି । ଏହା ଆରବ ସାଗର ଉପରେ ପଡୁଥିବା ବେଳେ ସ୍ଥାନୀୟ ସମୟ ଅନୁସାରେ ସକାଳ ପ୍ରାୟ ୭ଟା ୫୫ରେ ଏହି ଭୂକମ୍ପ ଆସିଥିବା କୁହାଯାଇଛି । ଇଏମସି କହିଛି ଏହି ଅଞ୍ଚଳରେ ତୀବ୍ରତା ହାଲକା ଥିବାରୁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଅନୁମାନ କରାଯାଇଛି ।

Leave a Reply

Your email address will not be published. Required fields are marked *