ଦେଶ- ବିଦେଶ

ବଦଳିବନି ଅବକାରୀ ନୀତି: କେଜ୍‌ରିୱାଲ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଚାଲିଥିବା ଅବକାରୀ ନୀତି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନର ଅବକାରୀ ନୀତିକୁ ୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଅନୁମୋଦନ କରିଛନ୍ତି। ଏହା ସହିତ ନୂତନ ଅବକାରୀ ନୀତି ଉପରେ ଶୀଘ୍ର କାର୍ଯ୍ୟ କରିବାକୁ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ସରକାର ବର୍ତ୍ତମାନର ଅବକାରୀ ନୀତିକୁ ୬ ମାସ ବୃଦ୍ଧି କରିଛନ୍ତି। ବର୍ତ୍ତମାନର ଅବକାରୀ ନୀତି ମାର୍ଚ୍ଚ ୩୧ରେ ସମାପ୍ତ ହେବ। ଏହା ଅବକାରୀ ବିଭାଗ ଦ୍ୱାରା ୬ ମାସ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଅବକାରୀ ମନ୍ତ୍ରୀଙ୍କ ଅନୁମୋଦନ ପରେ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିଲା। ମୁଖ୍ୟମନ୍ତ୍ରୀ ବୁଧବାର ଏହାକୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା ଅବକାରୀ ନୀତି ୨୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *