ରାଜ୍ୟ

ସୂଚନା ଫଳକ ଫଟୋ ଲଗାଇ ଅର୍ଥ ହଡ଼ପ ଅଭିଯୋଗ

ଖଇରା, : ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟରୁ ଅଧିକାଂଶ କାମ ବିନା ଫଳକରେ ଶେଷ ହୋଇଛି। କାର୍ଯ୍ୟଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଏବଂ ନିର୍ମାଣ ହୋଇଥିବା ପ୍ରକଳ୍ପ ପାଇଁ ସୂଚନା ଫଳକ ଲଗାଯିବା ପରିବର୍ତ୍ତେ କମ୍ପ୍ୟୁଟରରୁ ଫଳକ ଫଟୋ ବାହାର କରି କାଗଜପତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଥିବା ନେଇ ଗଡ଼ସାହି, ବଗଦିଆ, ଧନିଆବନ୍ଧ, ଆମ୍ବହତା, ରଟିଣା ଦେଉରୀସାହି, ତୁମ୍ବାପଦୀ, ଇଛାପୁର ଗ୍ରାମର ଅଧିବାସୀମାନେ ଅଭିଯୋଗ କରିଛନ୍ତି।
ଅନୁଯାୟୀ ୬ମାସ ମଧ୍ୟରେ ଉକ୍ତ ପଞ୍ଚାୟତରେ ୧୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ହେଲେ କାର୍ଯ୍ୟରେ ସୂଚନା ଫଳକ ନିର୍ମାଣ ହୋଇନାହିଁ ା ଏଥିମଧ୍ୟରେ ବଗଦିଆ କଂକ୍ରିଟ୍‌ ରାସ୍ତା,ଏନ୍‌ଆର୍‌ଇଜିଏସ୍‌ରେ ନାଳ ଖୋଳା, ସୁରେନ୍ଦ୍ର ନାୟକ ଘର ସମ୍ମୁଖ କଲଭର୍ଟ, ଚଣ୍ଡି ପଡ଼ିଆ ସିଆର୍‌ସି ସେଣ୍ଟର, ପଦ୍ମପୋଖରୀ ଓ ଦରପୋଖରୀ ଭଳି ପୋଖରୀ ଖୋଳା କାର୍ଯ୍ୟ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ସୂଚନା ଫଳକ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ବ୍ୟବସ୍ଥା ରହିଥିବା ବେଳେ କଂକ୍ରିଟ ଫଳକ ନିର୍ମାଣ ବଦଳରେ କାଗଜପତ୍ରରେ ଫଳକ ନିର୍ମାଣ ହୋଇଥିବା ଦେଖାଇ ଉକ୍ତ ଅର୍ଥ ହଡ଼ପ କରାଯିବାକୁ ଉଦ୍ୟମ କରାଯାଇଛି। କମ୍ପ୍ୟୁଟରରୁ ଫଳକ ଫଟୋ ପ୍ରିଣ୍ଟ ବାହାର କରି ଅନିୟମିତତାର ସବୁ ସିମା ଉଲ୍ଲଂଘନ ପାଇଁ ଉଦ୍ୟମ କରାଯାଇଛି। ଏ ସମ୍ପର୍କରେ ବ୍ଲକ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାନନ୍ଦ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେଉଁ କାର୍ଯ୍ୟରେ ଫଳକ ଲଗାଯାଇ ନାହିଁ ସେମାନଙ୍କ ବିଲ ପେମେଣ୍ଟ ହୋଇ ନ ଥିବା କହିଛନ୍ତି। ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *