ରାଜ୍ୟ

ପୁଣି ଏକ ସନିଗ୍ଧ ପାରା ଠାବ

ନିମାପଡ଼ା: କୋଣାର୍କ – ପାରାଦୀପ ମଝି ସମୁଦ୍ର ରୁ ଏକ ସନିଗ୍ଧ ପାରା ଉଦ୍ଧାର ହୋଇ ସାରା ରାଜ୍ଯ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା। ପାରା ର ଗୋଡ଼ ରେ କ୍ୟାମେରା ଓ ଚିପ୍ସ ଠାବ ହେବା ପରେ ଏହାକୁ ପରୀକ୍ଷା ନିରୀକ୍ଷା କରାଯାଉଛି। ଏହା କେଉଁ ଦେଶ ର ଗୋଇନ୍ଦା ପାରା କି କଣ ଜଣା ପଡି ନଥିବା ବେଳେ ଆଜି ସଂଧ୍ୟା ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ପତି ସାହିରେ ପୁଣି ଏକ ସନିଗ୍ଧ ପାରା ଠାବ ହୋଇଛି। ପାରା ର ଦୁଇ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଥିବା ଜଣାପଡିଛି । ଏହି ସନିଗ୍ଧ ପାରା ଟି ନାନପୁର ଗାଁ ର ରୁପେନ ପତି ଙ୍କ ଛାତ ଉପରେ କିଛି ଦିନ ହେବ ଦେଖାଯାଉଥିବା ବେଳେ ଆଜି ସନ୍ଧ୍ୟରେ ପାରା ଟିକୁ କାବୁ କରି ତାଙ୍କ ପରିବାର ଲୋକେ ଅସ୍ତରଙ୍ଗ ପୋଲିସ କୁ ଖବର ଦେଇଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *