ରାଜ୍ୟ

ରାଜ୍ୟସ୍ତରୀୟ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ


ଜଗତସିଂହପୁର : ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡ଼ିଶାର ରାଜ୍ୟସ୍ତରୀୟ ଉପଭୋକ୍ତା ଅଧିକାର ଦିବସ-୨୦୨୩ ସିପି ସ୍ଥିତ ମହିମା କଲେଜ ଅଫ ନର୍ସିଙ୍ଗ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି , ଉକ୍ତ ସଭାରେ ଅଭିଯାନର କାର୍ଯ୍ୟକାରୀଣି ସଦସ୍ୟା ଶ୍ରମତୀ ବିଜୟଲକ୍ଷ୍ମୀ ମହାପାତ୍ର ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢ଼ୀ ଯୋଗଦେଇ ଖାଉଟି ମାନଙ୍କ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ କହିଥିଲେ। ବିଶ୍ଵ ଉପଭୋକ୍ତା ଅଧିକାର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ମୁଖ୍ୟ ବକ୍ତା ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ପୁର୍ବତନ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମହାପାତ୍ର କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନର୍ସିଂ କଲେଜର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଣେଶ୍ୱର ମାଣିଆ, କଲେଜର ଅଧକ୍ଷା ଶ୍ରୀମତି ଫୁଲଣ କୁମାରୀ ଦେଇ ଖାଉଟି ସଚେତନତା ଅଧିକ ସୃଷ୍ଟି ହେବା ଆବଶ୍ୟକ ମାପ ଓଜନ ଠକେଇ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପ୍ରକାଶ କରିଥିଲେ , ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂସ୍ଥାର ଜିଲ୍ଲା ମୁଖ୍ୟ ନିଖିଲ ସାର କହିଲେକି ଆଜି ଦିନରେ ଲୋକମାନଙ୍କ ମଧ୍ୟରେ ସଚେତନତା ବଢ଼ିଛି ସାମଜିକ ବ୍ୟବସ୍ଥା ଗଣମାଧ୍ୟମ ପ୍ରଚାର ପ୍ରସାର କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜନସାଧାରଣ ମାନେ ଠକେଇର ଶିକାର ହୋଇ ମଧ୍ୟ ଉପଭୋକ୍ତା ପ୍ରତିବାଦ ପ୍ରତିକାର ଆୟୋଗରେ ନିଜେ ନ୍ୟାୟ ପାଇଁ ନିଜ ପକ୍ଷରୁ ଅଭିଯୋଗ ହେଉନାହିଁ, ତେଣୁ ଉପଭୋକ୍ତା ମାନଙ୍କର ସମସ୍ୟା ସମାଧାନ ଦିଗରେ ବିଳମ୍ବ ହେଉଛି।ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶାର ସମ୍ପାଦକ ଗୋବିନ୍ଦ ଓଝା,”ବି ଆଇ ଏସ କେୟାର ଆପ୍”ମାଧ୍ୟମରେ “ୟୁ ଆଇ ଡି” ଯାଞ୍ଚ କରି ସୁନା ଅଳଙ୍କାର କ୍ରୟ କରିଲେ ଠକେଇରୁ ରକ୍ଷା ପାଇ ପାରିବେ ବୋଲି ମତ ଦେଇଥିଲେ।ବିନା ୟୁ ଆଇ ଡି ରେ ଅପ୍ରେଲ ପହିଲାରୁ ସୁନା ଅଳଙ୍କାର ବିକ୍ରୟ ନାହିଁ ବୋଲି ଭାରତ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ସୂଚନା ଦେଇଛନ୍ତି।ଶେଷରେ ପୂର୍ଵତନ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର ବାରିକ ଧନ୍ୟବାଦ ଅପର୍ଣ କରିଥିବା ବେଳେ ନର୍ସିଂ କଲେଜର ଶତାଧିକ ଛାତ୍ରୀ, ଛାତ୍ର,ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଦିବସର ଗୁରୁତ୍ଵ ବଢ଼ାଇବାରେ ସହାୟକ ହୋଇଥିଲେ ,

Leave a Reply

Your email address will not be published. Required fields are marked *