ଧର୍ମ

ଏପ୍ରିଲ ୪ରୁ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଏଥିସହ ଯାତ୍ରା ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଦେଶୀ ବେହେରାଙ୍କ ପାରମ୍ପରିକ ପୂଜକ ଶୁଭ ଖୁଣ୍ଟି ସ୍ଥାପନ କରିବା ପରେ ମାଆଙ୍କ ଆଗମନ ନେଇ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ ହୋଇଛି।ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ ୪ ତାରିଖରେ ଆରମ୍ଭ ହୋଇ ମଇ ୧ ତାରିଖରେ ସମାପ୍ତ ହେବ। ଦୀର୍ଘ ୨୮ ଦିନ ଧରି ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚାଲିବ। ଏନେଇ ସର୍ବସଧାରଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ପାଇଁ ଶୁଭ ସମୟ ନେଇ ଦିନ ଧାର୍ଯ୍ୟ କରିଥିଲେ ସିଦ୍ଧାନ୍ତ ଗୁରୁ। ଏହାପରେ ଏକ ବିରାଟ ପଟୁଆରା ମା ବୁଢ଼ୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିବା ବେଳେ ବାଜା-ନାଚ ଗୀତର ତାଳେ ତାଳେ ଦୁଲୁକି ଉଠିଥିଲା ରେଶମ ସହର ବ୍ରହ୍ମପୁର। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବି ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *