ମୁଖ୍ୟ ଖବର

ବିଧାନସଭାରେ ଉଠିଲା କୋଇଡ଼ା ବିଡିଓଙ୍କ ବଦଳି ଦାବି

ଭୁବନେଶ୍ବର: ଆଜି ପ୍ରଶ୍ନକାଳ ଆରମ୍ଭରୁ ନିଜ ଆସନ ଛାଡ଼ି ଗୃହ ମଧ୍ୟରେ ପ୍ରତିବାଦ କରିଥିଲେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା। କୋଇଡ଼ା ବ୍ଲକ ବିଡିଓଙ୍କ ବଦଳି କଥା ଦାବି ପୁଣି ଉଠାଇଥିଲେ। ଏହାକୁ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ସମର୍ଥନ କରିଥିଲେ। ଦୀର୍ଘ ତିନି ଦିନ ଧରି ଏହି ଲକ୍ଷ୍ମଣ ମୁଣ୍ଡା ଏହି ପ୍ରସଙ୍ଗ ଉଠାଉଥିବା ବେଳେ ସରକାର କୌଣସି ପଦକ୍ଷେପ ନେଇ ନ ଥିବାରୁ ଗୃହରେ ଅସନ୍ତୋଷ ପ୍ରକାଶ କରି ଗୃହ ମଧ୍ୟରେ ନାରବାଜି କରିଥିଲେ ବିରୋଧୀ।ତୁରନ୍ତ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ସେମାନେ ନାରାବାଜି କରିଥିଲେ। ଏହାପରେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ବିଧାନସଭା ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।

Leave a Reply

Your email address will not be published. Required fields are marked *