ବିଶେଷ

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ହୋଇଥିଲା ବିମାନ

ଯେତେବେଳେ ଜଣେ ବ୍ୟକ୍ତି କିଛି ଅଲଗା କରିବାକୁ ସ୍ଥିର କରନ୍ତି, ସେତେବେଳେ ବିନା ଭୟ ତଥା ଦ୍ୱିଧାରେ ପ୍ରତ୍ୟେକ କଷ୍ଟ କାମକୁ ପାର୍‌ କରି ଦେଇଥାନ୍ତି। ଜନ ଡୋଡ୍‌ ନାମକ ଜଣେ ଇଂରାଜୀ ଇଞ୍ଜିନିୟର ଏହାକୁ ପ୍ରମାଣ କରି ଦେଖାଇଛନ୍ତି।

ପଲ ଜେମସନ ‘ଦି ବିଷ୍ଟ’ ନାମକ ଏକ କାର୍‌ ନିର୍ମାଣ କରିଥିଲେ, ଯାହା ଏତେ ଶକ୍ତିଶାଳୀ କାର୍‌ ଭାବେ ପରିଗଣିତ ହୋଇଥିଲା ଯେ, ପରେ ଏହାର ନାମ ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲା। କିନ୍ତୁ ଏହି କାର୍‌ ତିଆରି କରିବା ଏତେ ସହଜ ନ ଥିଲା।

କାର୍‌ରେ ଏକ ଟାଙ୍କିର ଇଞ୍ଜିନ ଲଗାଇଲେ କ’ଣ ହେବ ବୋଲି ପଲ ଦେଖିବାକୁ ଚାହୁଁଥିଲେ। ଏହା ଦେଖିବା ପାଇଁ ସେ କାର୍‌ ପାଇଁ ଏକ କଷ୍ଟମ ତିଆରି କରିଥିଲେ, ଯାହାକୁ କାର୍‌ର ଚେଚିସ୍‌ କୁହାଯାଏ। ଏହା ଉପରେ ଏକ ରୋଲ୍ସ ରୋଏସ ମେଟେର ଟ୍ୟାଙ୍କ ଇଞ୍ଜିନ ଲଗାଯାଇଥିଲା। ଏହା ପରେ ସେ ଟ୍ରାନ୍ସମିଶନ ଏକ୍ସପର୍ଟ ଜନ୍‌ ଡୋଡ୍ଡଙ୍କ ନିକଟକୁ ଯାଇ ତାଙ୍କ କାର୍‌ ପାଇଁ ଏକ ସ୍ବୟଂଚାଳିତ ଟ୍ରାନ୍ସମିଶନ କମିଶନ କରିବାକୁ କହିଥିଲେ।

ପ୍ରଥମେ କାର୍‌ ଭିତରେ ଟ୍ୟାଙ୍କରର ଇଞ୍ଜିନ ଲଗାଯାଇଥିଲା।
ଜନ୍‌ ଏହି ଆଇଡିଆକୁ ଏତେ ପସନ୍ଦ କଲେ ଯେ, ଯେତେବେଳେ ପଲ କିଛି ସମୟ ପାଇଁ ପରୀକ୍ଷଣ ବନ୍ଦ କଲେ, ସେତେବେଳେ ସେ ତାଙ୍କଠାରୁ ଏହି ପ୍ରୋଜେକ୍ଟ କିଣି କାର୍‌ ନିଜେ ଶେଷ କଲେ। ସେ ଯେଉଁ କାର୍‌ରେ ଇଞ୍ଜିନ ଫିଟ୍‌ କରିଥିଲେ, ସେହି କାର୍‌ ପାଇଁ ସେ ଏକ କଷ୍ଟମ ଫାଇବରଗ୍ଲାସ ବଡି ତିଆରି କରିଥିଲେ। ୧୯୭୨ରେ ଜନ୍‌ ଡୋଡ ‘ଦି ବିଷ୍ଟ’ ସଂପୂର୍ଣ୍ଣ କରିଥିଲେ। ଲୋକମାନେ କାର୍‌ର ଚେହେରା ଏବଂ ଏହାର ଫିଚରକୁ ଏତେ ପସନ୍ଦ କଲେ ଯେ, ଧିରେ ଧିରେ କାର୍‌ ମଧ୍ୟ ପ୍ରଦର୍ଶନୀକୁ ଯିବା ଆରମ୍ଭ କଲା। ଥରେ ସେ ୟୁରୋପ ଗସ୍ତରେ ଯାଇଥିଲେ। ୧୯୭୪ରେ ସେ ସ୍ବିଡେନରୁ ଫେରୁଥିବା ବେଳେ ହଠାତ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା। ଉକ୍ତ କାର୍‌ଟିକୁ ଏକ ପରିବହନ ଟ୍ରକ୍‌ରେ ଅଣାଯାଇଥିଲା। କ୍ଷୟକ୍ଷତି ଏତେ ଭୟଙ୍କର ଥିଲା ଯେ, ଜନ କାର୍‌କୁ ପୁନଃ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ଏଥର ସେ ଏକ ଭିନ୍ନ ଚମତ୍କାରିତା କରିଥିଲେ। ଆରମ୍ଭରୁ ନିର୍ମିତ ଏହି କାର୍‌ରେ ସେ ଏକ ବିମାନ ଇଞ୍ଜିନ ସ୍ଥାପନ କରିବେ ବୋଲି ସ୍ଥିର କରିଥିଲେ। ସେ ଏଥିପାଇଁ ରୋଲ୍ସ-ରୋଏସ ମର୍ଲିନଭି-୧୨ ଇଞ୍ଜିନ ବାଛିଥିଲେ। ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସ୍ପିଟ ଫାୟାର ଏବଂ ହରିକେନ ଯୁଦ୍ଧ ବିମାନରେ ବ୍ୟବହୃତ ହୋଇଥିଲା। ସେ ଫାଇବର ଗ୍ଲାସ ରିପାୟର୍ସ ନାମକ ଏକ କମ୍ପାନୀରୁ ଏହି ବୃହତ ଫାଇବରଗ୍ଲାସ ଚେସିସକୁ କମିଶନ କରିଥିଲେ। ଦ୍ୱିତୀୟ କାର୍‌ ଏତେ ଶକ୍ତିଶାଳୀ ହେଲା ଯେ, ଏହା ୧୯୭୭ରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ମଧ୍ୟ ଜିତିଥିଲା। କାର୍‌ର ସର୍ବାଧିକ ବେଗ ଘଣ୍ଟାପ୍ରତି ୪୧୮କିଲୋମିଟର ହେବ ବୋଲି ମଧ୍ୟ ଗୁଜବ ଉଠିଥିଲା। ତଥାପି ଲୋକମାନେ ଏହାର ପ୍ରକୃତ ପ୍ରଦର୍ଶନ ବିଷୟରେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି। ଡୋଡ କେବେ ବି ତାଙ୍କ କାର୍‌ ବିକ୍ରୟ କରି ନ ଥିଲେ କିନ୍ତୁ ଯେତେବେଳେ ଗତବର୍ଷ ତାଙ୍କର ମୃତ୍ୟୁ ଘଟିଲା, ସେତେବେଳେ ତାଙ୍କ ପରିବାର ଏହାକୁ ବିକ୍ରୟ କରିବାକୁ ଯୋଜନା କରିଥିଲେ। କାର୍‌ଟି ମାତ୍ର ୧୬ କିଲୋମିଟର ଗଡ଼ିଥିଲା। ବର୍ତ୍ତମାନ ‘ବିଷ୍ଟ’ ବିକ୍ରି କରାଯାଇଛି। ଏହାକୁ ୭୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି।

Leave a Reply

Your email address will not be published. Required fields are marked *