ମୁଖ୍ୟ ଖବର

ନବରଙ୍ଗପୁର ଜିଲା ଗସ୍ତରେ ୫-ଟି ସଚିବ

ଉମରକୋଟ, : ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଶୁକ୍ରବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଛନ୍ତି। ସେ ଶନିବାର ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେ ଧୋଡ୍ରାସ୍ଥିତ ମା’ ଘାଟଘୋଷାଣୀ ମନ୍ଦିର ଓ ପରେ ବହୁ ପୁରାତନ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିବେ। ଏହାପରେ ଉମରକୋଟସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ କରିବେ। ପରେ ସ୍ଥାନୀୟ ଆର୍‌ଏମ୍‌ସି ପଡ଼ିଆଠାରେ ମିଶନ ଶକ୍ତି ମହିଳାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପୂଜାରିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଯମରୁଣ୍ଡାସ୍ଥିତ ୫-ଟି ସ୍କୁଲ ପରିଦର୍ଶନ ପରେ ଉମରକୋଟସ୍ଥିତ ଆହାର କେନ୍ଦ୍ରକୁ ଯିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଉମରକୋଟ ନିର୍ବାଚନମଣ୍ଡଳୀର ପ୍ରାୟ ୬୦ ସଂଘ ବିଭିନ୍ନ ସମସ୍ୟା ନେଇ ୫-ଟି ସଚିବଙ୍କୁ ଦାବିପତ୍ର ଦେବା କାର୍ଯ୍ୟକ୍ରମ ରହିଛି। ସଚିବଙ୍କ ଗସ୍ତ ପରେ ନଳବଂଶ ରାଜାଙ୍କ ଗଡ଼ ବୋଲାଉଥିବା ପୋଡ଼ାଗଡ଼ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଏବଂ ଉକ୍ତ ଟଙ୍କାରେ ପୋଡ଼ାଗଡ଼ ପାହାଡ଼ର ଉନ୍ନତି ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଛନ୍ତି।

Leave a Reply

Your email address will not be published. Required fields are marked *