ଅପରାଧ

କନ୍‌ଷ୍ଟେବଲଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ବଡ଼ବିଲ : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ନଂ. ମୁମ୍ବାଇ-କୋଲକାତା ରାସ୍ତାର ଝାରବେଡ଼ା ଥାନା ଛକ ନିକଟରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ କନ୍‌ଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ମୃତ କନ୍‌ଷ୍ଟେବଲ ହେଉଛନ୍ତି ରଘୁନାଥ ମୁର୍ମୁ। ସେ ସାଇକେଲ୍‌ ଯୋଗେ ଥାନାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।

Leave a Reply

Your email address will not be published. Required fields are marked *