ଦେଶ- ବିଦେଶ

ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ

ଇସଲାମାବାଦ, : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ କରାଯାଇଥିବା ତଲାସୀ ଅଭିଯାନରେ ଆଶଲ୍ଟ ରାଇଫଲ ସହିତ ଗୁଳି ମିଳିଛି। ପୋଲିସର ତଲାସୀ କାର୍ଯ୍ୟରେ ବାଧା ଦେବା ପାଇଁ ଇମ୍ରାନଙ୍କ ପାର୍ଟି ପିଟିଆଇର ୬୦ ଅଧିକ କର୍ମକର୍ତ୍ତା ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ଏହା ସହିତ ପେଟ୍ରୋଲ ବମ୍‌ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା କାଚ ବୋତଲ ମଧ୍ୟ ଇମ୍ରାନଙ୍କ ଘରୁ ମିଳିଛି।

ପୋଲିସ ଏବଂ ସମର୍ଥକ ମୁହାଁମୁହିଁ ହେବାରୁ ଉଭୟପକ୍ଷରୁ ବହୁ ଆହତ ହୋଇଥିବା କୁହାଯାଉଛି। ଇମ୍ରାନଙ୍କ ବାସଭବନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *