ମୁଖ୍ୟ ଖବର

ମନ୍ତ୍ରୀଙ୍କ ସହ କୌଣସି ପ୍ରସଙ୍ଗରେ ସାମିଲ ହେବାକୁ ଚାହୁନି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : କଲେଜିୟମ ପ୍ରସଙ୍ଗରେ ଶନିବାର ଦିନ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଇଣ୍ଡିଆ ଟୁଡେ କନକ୍ଲେଭ୍‌ ୨୦୨୩ରେ ଭାଷଣ ରଖିବା ସମୟରେ ଉକ୍ତ ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, କୌଣସି ବ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। କିନ୍ତୁ, ଆମେ ସବୁଠାରୁ ଭଲ ବ୍ୟବସ୍ଥାର ବିକାଶ କରିଛୁ। ମୂଳ ଲକ୍ଷ୍ୟ ହେଉଛି ନ୍ୟାୟପାଳିକାର ସ୍ବାଧୀନତାକୁ ସୁରକ୍ଷା ଦେବା ଏବଂ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯଦି ନ୍ୟାୟପାଳିକାକୁ ନିରପେକ୍ଷ ରଖିବାକୁ ହେବ ତେବେ ଆମକୁ ବାହ୍ୟ ଚାପରୁ ନ୍ୟାୟପାଳିକାକୁ ସୁରକ୍ଷା ଦେବାକୁ ପଡ଼ିବ। କେନ୍ଦ୍ର ଆଇନ ମନ୍ତ୍ରୀ ରିଜିକୁ ସୁପ୍ରିମକୋର୍ଟ କଲେଜିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପ୍ରସଙ୍ଗରେ ପ୍ରଧାନ ବିଚାରପତି ବି ଜବାବ ଦେଇଛନ୍ତି।ପ୍ରଧାନ ବିଚାରପତି କହିଛନ୍ତି, ମତଭେଦରେ ଭିନ୍ନତା ରହିବା କିଛି ଭୁଲ୍‌ ନୁହେଁ। କିନ୍ତୁ ମୁଁ ଏଭଳି ମତଭେଦକୁ ଏକ ବଳିଷ୍ଠ ସାମ୍ବିଧାନିକ ରାଷ୍ଟ୍ରନୀତିଜ୍ଞ ମନୋଭାବ ସହ ମୁକାବିଲା କରିବି। ମୁଁ ଆଇନ ମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ସାମିଲ ହେବାକୁ ଚାହୁନି। ଆମମାନଙ୍କର ଭିନ୍ନ ଧାରଣା ଏବଂ ଭିନ୍ନ ମତ ରହିବାରେ କୌଣସି ଭୁଲ୍‌ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଥିସହ ସେ ଏହା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ମାମଲା ପରିଚାଳନାରେ ସରକାରଙ୍କଠାରୁ କିଛି ଚାପ ନାହିଁ। ମୋ‌ର ୨୩ ବର୍ଷର ବିଚାରପତି କ୍ୟାରିୟରରେ କୌଣସି ମାମଲାରେ କିଭଳି ନିଷ୍ପତ୍ତି ନେବାକୁ ହେବ ତାହା ମୋତେ କେହି ବତାଇ ନାହାନ୍ତି। ନିର୍ବାଚନ କମିସନ୍‌ ରାୟ ପ୍ରମାଣ କରିଦେଇଛି ଯେ ନ୍ୟାୟପାଳିକା ଉପରେ କୌଣସି ଚାପ ନାହିଁ।

Leave a Reply

Your email address will not be published. Required fields are marked *